ତାପସୀଙ୍କ ନୂଆ ଟିପ୍ସ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କ ନୂଆ ଫିଲ୍ମ ‘ରଶ୍ମୀ ରକେଟ’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ଏଥିରେ ସେ ଜଣେ ଆଥଲେଟ୍‌ ଭୂମିକାରେ ନଜର ଆସିବେ। ଫିଲ୍ମର ଚରିତ୍ର ପାଇଁ ସେ ବହୁତ ପରିଶ୍ରମ କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ କିଛି ଟିପ୍ସ ଦେଇଛନ୍ତି।
ତାପସୀ କହିଛନ୍ତି, ବିକିନି ଚେହେରା ଓ ଆଥଲେଟ୍‌ ଚେହେରା ଭିତରେ ପାର୍ଥକ୍ୟ ରହିଛି। ବିକିନି ଶରୀର ପାଇଁ ଓଜନ କମ କରିବାକୁ ପଡେ। ଚର୍ମ, ହାଡରେ ଯେପରି କୌଣସି ପ୍ରଭାବ ନ ପଡେ ସେଥିପତି ମଧ୍ୟ ଧ୍ୟାନ ଦେବାକୁ ହୋଇଥାଏ। ଏଥିପାଇଁ ଲୋକେ ସ୍ଲିମ୍‌ ଫିଗର ଚାହାଁନ୍ତି। ଆଥ୍‌ଲେଟିକ୍‌ ବଡି ପାଇଁ ଅନେକ ପରିଶ୍ରମ କରିବାର ଆବଶ୍ୟକତା ରହିଛି। ମୁଁ ଫିଲ୍ମରେ ଆଥ୍‌ଲେଟିକ୍‌ରେ ଭୂମିକାରେ ଥିବାରୁ ଦର୍ଶକେ ବିକିନି ପିନ୍ଧିବା ଭଳି ସୁନ୍ଦରତା ପାଇପାରିବେ ନାହିଁ। ଏହା ଅନ୍ୟ ଅଭିନେତ୍ରୀମାନଙ୍କ ପାଖରେ ପାଇବେ ବୋଲି ତାପସୀ କହିଛନ୍ତି। ତେବେ ଫିଲ୍ମ ‘ରଶ୍ମୀ ରକେଟ’ ଅକ୍ଟୋବର ୧୫ରେ ଜି ୫ରେ ରିଲିଜ ହେବ।

Share