ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ବ୍ରହ୍ମପୁରର ବହୁଚର୍ଚ୍ଚିତ ସୁମିତ୍-ତପସ୍ବିନୀଙ୍କ ଘଟଣା ଦିନକୁ ଦିନ ନୂଆ ମୋଡ ନେଉଛି। ସୋମବାର ତପସ୍ବିନୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୁମିତ୍ଙ୍କର ପତ୍ତା ମିଳୁ ନ ଥିବା ନେଇ ସେ ବ୍ରହ୍ମପୁର ଏସ୍ଡିଜେଏମ୍ କୋର୍ଟରେ ପିଟିଶନ୍ ଦାଏର କରିଛନ୍ତି। ତାଙ୍କ ଫୋନ୍ ମଧ୍ୟ ଅଫ୍ ଥିବା ପିଟିଶନରେ ଉଲ୍ଲେଖ ଅଛି।
ସୂଚନାଯୋଗ୍ୟ, ତପସ୍ବିନୀ ନ୍ୟାୟ ପାଇଁ ତାଙ୍କ ସ୍ବାମୀଙ୍କ ଘର ଆଗରେ ଧାରଣାରେ ବସିଥିଲେ। କୋର୍ଟ ସେମାନଙ୍କୁ ୭ ଦିନ ପାଇଁ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏକାଠି ଥିବା ବେଳେ ସୁମିତ୍ ଫେରାର ହୋଇଯାଇଥିଲେ। ଏହାକୁ ନେଇ ତପସ୍ବିନୀ ଥାନାରେ ଅଭିଯୋଗ କରିଥିଲେ ।