Categories: ଜାତୀୟ

ଦୁବେ ଏନ୍‌କାଉଣ୍ଟରକୁ ବଲିଉଡ୍‌ ସହ ଯୋଡ଼ିଲେ ତାପସୀ

ମୁମ୍ବାଇ: ଅଭିନେତ୍ରୀ ତାପସୀ ପନ୍ନୁ ବଲିଉଡ୍‌ରେ ତାଙ୍କ ଉଚ୍ଚକୋଟିର ଅଭିନୟ ଲାଗି ଯେତିକି ପରିଚିତ, ତା’ଠାରୁ ଅଧିକ ସୋସିଆଲ୍‌ ମିଡିଆରେ ତାଙ୍କ ଆକ୍ଟିଭ୍‌ନେସ୍‌। ସେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। କାନପୁରର ଗ୍ୟାଙ୍ଗ୍‌ଷ୍ଟର ବିକାଶ ଦୁବେଙ୍କୁ ଏନ୍‌କାଉଣ୍ଟର କରି ହତ୍ୟା କରାଯିବା ଘଟଣା ସମ୍ପର୍କରେ ଏବେ ତାପସୀ ନିଜର ମତ ରଖିଛନ୍ତି। ୮ ପୋଲିସଙ୍କୁ ମାରି ଫେରାର୍‌ ହୋଇଯାଇଥିବା ଦୁବେଙ୍କୁ ପୋଲିସ ଗିରଫ କରି ଆଣୁଥିବାବେଳେ ଗାଡ଼ି ଓଲଟି ପଡ଼ିବା ଓ ସେ ଫେରାର୍‌ ହେବା ଲାଗି ଉଦ୍ୟମ କରିବାରୁ ଏନ୍‌କାଉଣ୍ଟର କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ତେବେ ଏହାକୁ ନେଇ ତାପସୀ କହିଛନ୍ତି, ଏଭଳି ହେବ ବୋଲି କେବେ ବି ଆଶା କରି ନ ଥିଲି। ବଲିଉଡ୍‌ରେ କାହାଣୀଗୁଡ଼ିକ ବାସ୍ତବତାଠାରୁ ବହୁ ଦୂରରେ। ଏହା କହିବା ସହ ତାପସୀ ବଲିଉଡ୍‌ କାହାଣୀ ସତ୍ୟ ଘଟଣା ଉପରେ ଆଧାରିତ ବୋଲି କହିଆସୁଥିବା ଲୋକଙ୍କୁ ଟାର୍ଗେଟ କରିଛନ୍ତି। ଗତ ଜୁନ୍‌ ମାସରେ ୩୬ ହଜାର ଟଙ୍କାର ବିଜୁଳି ବିଲ୍‌ ପାଇବା ପରେ ଟୁଇଟର ମାଧ୍ୟମରେ ସେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଏନେଇ ତାଙ୍କୁ ଅନେକେ ସମର୍ଥନ ମଧ୍ୟ କରିଥିଲେ। ଫିଲ୍ମ ‘ଥପ୍ପଡ’ ପରେ ଏବେ ତାପସୀଙ୍କ ଅନ୍ୟ ଏକ ଫିଲ୍ମର ଶୁଟିଂ ଆରମ୍ଭ ହୋଇଛି।

Share