କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ କରୋନା

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ଜଣାଶୁଣା କଣ୍ଠଶିଳ୍ପୀ ତପୁ ମିଶ୍ର ଗତ କିଛିଦିନ ହେବ କରୋନାରେ ଆକ୍ରାନ୍ତ ଅଛନ୍ତି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ କୋଭିଡ୍‌ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ତପୁଙ୍କ ପରିବାର ପକ୍ଷରୁ କୌଣସି ସୂଚନା ମିଳି ନ ଥିବାବେଳେ ଫେସ୍‌ବୁକ୍‌ ଆକାଉଣ୍ଟ ଓ ଟୁଇଟରରେ ଏହି ମେସେଜ୍‌ ଘୂରିବୁଲୁଛି। ଫେସ୍‌ବୁକ୍‌ ଆକାଉଣ୍ଟରେ ଏହି ଖବର ଟ୍ୟାଗ୍‌ କରି ତାଙ୍କର ଅସଂଖ୍ୟ ପ୍ରଶଂସକ ତପୁଙ୍କ ଆଶୁ ଆରୋଗ୍ୟ ପାଇଁ କାମନା କରିଛନ୍ତି।

 

Share