Advertisement

ଦୋଛକିରେ ପଡିଛନ୍ତି ତାରା

ନବାଗତା ତାରା ସୁଟାରିଆ ଏବେ ଦୋଛକିରେ ପଡିଯାଇଛନ୍ତି। କାରଣ ତାଙ୍କୁ ମିଳିଥିବା ଏକ ନୂଆ ଅଫର ତାଙ୍କର ଟେନ୍‌ସନ୍‌କୁ ବଢ଼ାଇ ଦେଇଛି। କାରଣ ଏଥିରେ ତାଙ୍କୁ ବିକିନୀ ଗେଟ୍‌ଅପ୍‌ରେ ଶଟ୍‌ ଦେବାକୁ ପଡିବ। ତେଣୁ ଏପରି ଅଫରକୁ ହଁ ଭରିବେ ନା ମନା କରିବେ, ସେ ନେଇ ଅଡୁଆରେ ପଡିଯାଇଛନ୍ତି। ତେଣୁ ଏଥିପାଇଁ ସେ ପ୍ରଯୋଜକଙ୍କ ନିକଟରୁ ଦୁଇ ସପ୍ତାହ ସମୟ ନେଇଛନ୍ତି। ‘ଏହି ନୂଆ ସିନେମାରେ ମୋତେ ଯେଉଁ ବିକିନୀ ଶଟ୍‌ ପାଇଁ କୁହାଯାଇଛି ତାକୁ ନେଇ ମୁଁ ଅଡୁଆରେ ପଡିଯାଇଛି। ସେପଟେ ଦେଖିଲା ବେଳକୁ ସେହି ଶଟ୍‌ ସହ କାହାଣୀର ସଂଯୋଗ ରହିଛି। ପୁଣି ଏଥିରେ ମୋତେ ମିଳିଥିବା ଭୂମିକାଟି ମଧ୍ୟ ମୋତେ ପ୍ରଭାବିତ କରିଛି। ଏ ନେଇ ଶେଷ ନିଷ୍ପତ୍ତି ନେବାକୁ ମୁଁ ଦୁଇ ସପ୍ତାହ ସମୟ ନେଇଛି ବୋଲି କହନ୍ତି ତାରା। ସେ ମଧ୍ୟ ମୋହିତ ସୁରୀଙ୍କ ଆଗାମୀ ଫିଲ୍ମ ‘ଦୋ ଭିଲେନ୍‌’ରେ ଅଭିନୟ କରିବାକୁ ଯାଉଛନ୍ତି। ତା’ସହ ଏଥିରେ ସଂଯୋଜିତ ଏକ ଗୀତ ପାଇଁ ତାରା କଣ୍ଠଦାନ ମଧ୍ୟ କରିବେ। ସୂଚନାଯୋଗ୍ୟ ‘ଷ୍ଟୁଡେଣ୍ଟ ଅଫ ଦ ଇୟର-୨’ ଥିଲା ତାଙ୍କ ଅଭିନୀତ ପ୍ରଥମ ହିନ୍ଦୀ ସିନେମା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share