ଶୂନ୍ୟକାଳରେ ହୋ ହଲ୍ଲା: ବାଚସ୍ପତିଙ୍କ ମାଇକ୍‌ ଟାଣିଲେ ତାରା, ଟେବୁଲ ଉପରେ ଚଢିଲେ କାଡାମ

ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ତାତିଲା ବିଧାନସଭା । ଗୃହରେ ବିରୋଧୀ ବିଧାୟକ ହଟ୍ଟଗୋଳ କରିବା ସହ ଗୃହକୁ ବାଚସ୍ପତି ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି । ଗୁରୁବାର ବିଧାନସଭା ଶୂନ୍ୟକାଳରେ ଉଠିଥିଲା ପୋଲାଭରମ ପ୍ରସଙ୍ଗ । ଶୂନ୍ୟକାଳରେ ହୋ ହଲ୍ଲା କରିବା ସହ ବାଚସ୍ପତିଙ୍କ ମାଇକ ଟାଣିଦେଇଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ଆଉ ଏହାପରେ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ ।

ଗୁରୁବାର ଗୃହରେ ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଆନ୍ଧ୍ରକୁ ଟଙ୍କା ଦେବା ନେଇ ଉଦବେଗ୍‌ ପ୍ରକାଶ କଲେ କଂଗ୍ରେସ ବିଧାୟକ ଦଳ ନେତା। ଏହି ପ୍ରକଳ୍ପ ଦାରା ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ ଜଳମଗ୍ନ ହେବ ଅଭିଯୋଗ କରି ବର୍ଷିଥିଲେ ରାମଚନ୍ଦ୍ର କାଡାମ । ଏହାପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନପତୀ କହିଥିଲେ ଯେ, ପୋଲାଭରମକୁ ନେଇ ଗୃହ କମିଟି ଗଠନ କରାଯାଉ । ଗୃହ କମିଟି ଗଠନ ଦାବିରେ ଗୃହରେ କଂଗ୍ରେସ ସଦସ୍ୟଙ୍କ ହୋ ହାଲ୍ଲା କରିଥିଲେ । ବିରୋଧୀ ବିଜେଡି ପଏଣ୍ଟ ଅଫ ଅର୍ଡର ମାଗିଥିଲେ। ବିରୋଧୀଦଳ ନେତାଙ୍କୁ ଗିରଫ ଶଦ୍ଦ ପ୍ରୋସିଡିଂରୁ ହଟାଇବାକୁ ଦାବି ହୋଇଥିଲା। ଏହାପରେ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ କଂଗ୍ରେସ ସଦସ୍ୟ। ପ୍ରତିବାଦ ସମୟରେ ବାଚସ୍ପତିଙ୍କ ମାଇକ ଟାଣି ଦେଇଥିଲେ ବିଧାୟକ ତାରା ବାହିନୀପତି। ଏଥିସହ ରିପୋର୍ଟର ଟେବୁଲରେ କଂଗ୍ରେସ ବିଧାୟକ ଦଳ ନେତା କାଡ଼ାମ ଚଢିଯାଇଥିଲେ । ଯାହା ପରେ ଗୃହକୁ ପ୍ରଥମେ ୧୫ ମିନିଟ ଏବଂ ପରେ ୪ଟା ଯାଏଁ ମୁଲତବୀ ରଖିଥିଲେ ।

Share