Advertisement

ବିଧାନସଭାକୁ ଫେରିଲେ ତାରା, କହିଲେ ପ୍ରତିବାଦ କେମିତି କରନ୍ତି ଏଥର…

ଭୁବନେଶ୍ୱର,୨୧ା୩: କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଇତିମଧ୍ୟରେ ପୁଣି ଥରେ ବିଧାନସଭାକୁ ଫେରିଛନ୍ତି। ୭ ଦିନର ନିଲମ୍ବନ ପରେ ତାରା ଶୁକ୍ରବାର ବିଧାନସଭାରେ ପହଞ୍ଚିଛନ୍ତି। ମୁଣ୍ଡିଆ ମାରି ବିଧାନସଭାକୁ ଆଜି ତାରା ପ୍ରବେଶ କରିଥିଲେ। କଂଗ୍ରେସ ବିଧାୟକମାନେ କଳା ଡ୍ରେସ ପିନ୍ଧି ବିଧାନସଭା ଆସିଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ସପ୍ତାହକ ତଳେ ଗୃହରେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି ହାତାହାତି ହୋଇଥିଲେ।  ବିଧାନସଭା ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି ହୋଇଥିଲେ। ଏନେଇ ତାରାଙ୍କୁ ୭ ଦିନ ପାଇଁ ଗୃହରୁ ନିଲମ୍ବନ କରାଯାଇଥିଲା । ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବନ କରିଥିଲେ ବାଚସ୍ପତି ସୁରମା ପାଢୀ। ବିଧାନସଭାରେ ବାଚସ୍ପତିଙ୍କ ପୋଡ଼ିୟମ ମାଇକ ଭାଙ୍ଗିଥିଲେ ତାରା। ଆଉ ଗୃହରେ ହଙ୍ଗାମା କରିଥିଲେ। ଏନେଇ ତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share