ରିଲିଜ ହେଲା ତାରା ସିଂ ଏବଂ ସାକାନାଙ୍କ ଲଭ ଷ୍ଟୋରୀ ଗଦର: ଏକ ପ୍ରେମ କଥା

ମୁମ୍ବାଇ: ଅନିଲ ଶର୍ମାଙ୍କ ୨୦୦୧ମସିହାର ବ୍ଲକବଷ୍ଟର ଫିଲ୍ମ ଗଦର: ଏକ ପ୍ରେମ କଥା 22 ବର୍ଷ ପରେ ପୁଣି ଥରେ ସିନେମା ହଲରେ ମୁକ୍ତିଲାଭ କରିଛି। ସନ୍ନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ଏହି ଫିଲ୍ମ ୪କେ ରିଜଲ୍ୟୁଶନ ଏବଂ ଡଲବି ଏଟମୋସ ଅଡିଓ ଫର୍ମାଟରେ ହଲ୍‌ରେ ଧମାଲ କରୁଛି। ତେବେ ଏଠାରେ କହି ରଖୁଛୁ କି, ଏହାର ସିକ୍ୱେଲ ଚଳିତ ବର୍ଷ ଅଗଷ୍ଟରେ ରିଲିଜ ହେବାକୁ ଯାଉଛି। ଏନେଇ ଗଦର ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଅମିଶା ପଟେଲ, ସନ୍ନି ଦେଓଲ ଏବଂ ଅନିଲ ଶର୍ମା ଟ୍ବିିଟ କରି ନିଜର ଖଉସି ବ୍ୟକ୍ତ କରିଛନ୍ତି।

ଅମିଶା କହିଛନ୍ତି, ଅପେକ୍ଷା ଶେଷ ହୋଇଛି! ସବୁଠୁ ବଡ ବ୍ଲକବଷ୍ଟର ଫିଲ୍ମ ୪କେ ଏବଂ ଡଲବି ଏଟମୋସରେ ୨୨ବର୍ଷ ପରେ ବଡ ପରଦାକୁ ଫେରିଛି। ସେହିପରି ସନ୍ନି କହିଛନ୍ତି, ତାରା ସିଂ ଏବଂ ସାକିନାଙ୍କ ପ୍ରେମ କାହାଣୀ ପୁଣିଥରେ ଆପଣଙ୍କ ହୃଦୟରେ ଜିତିବାକୁ ୨୨ ବର୍ଷ ପରେ ଫେରିଛି।

Share