ବଲିଉଡ୍ ଅଭିନେତା ରଣବୀର କପୁରଙ୍କ ଭାଇ ତଥା ଅଭିନେତା ଆଦର ଜୈନ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଦୀର୍ଘ ଦିନ ଧରି ଅଭିନେତ୍ରୀ ତାରା ସୁତାରିଆଙ୍କୁ ଡେଟ୍ କରୁଛନ୍ତି। ଉଭୟ ରଣବୀର-ଆଲିଆ ଭଟ୍ଟଙ୍କ ପୂର୍ବରୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ଏହାର ଅର୍ଥ ତାରା ଆଲିଆଙ୍କ ଯା’ ହେବେ। ତାରା ଏବଂ ଆଦର ନିକଟରେ ଏକ ରୋମାଣ୍ଟିକ ଛୁଟିରେ ଯାଇଥିଲେ। ଦୁହେଁ ନୂଆ ବର୍ଷ ଆରମ୍ଭରେ ବିବାହ କରିବାକୁ ଯୋଜନା କରୁଛନ୍ତି।
ତାରା ଫିଲ୍ମ ‘ତଡପ’ରେ ଆହାନ ଶେଟ୍ଟୀଙ୍କ ସହ ନଜର ଆସିବେ। ଆହାନ ହେଉଛନ୍ତି ଅଭିନେତା ସୁନୀଲ ଶେଟ୍ଟୀଙ୍କ ପୁଅ ଏବଂ ଏହି ଫିଲ୍ମ ସହିତ ସେ ସିନେମାରେ ଡେବ୍ୟୁ କରୁଛନ୍ତି। ତାଙ୍କ ଚଳଚ୍ଚିତ୍ରର ଟିଜର ମଧ୍ୟ ସାମ୍ନାକୁ ଆସିଛି, ଯାହାକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ଅନ୍ୟପକ୍ଷରେ, ଆଦର ଜୈନ ମଧ୍ୟ ଓଟିଟି ପ୍ଲାଟଫର୍ମରେ ପାଦ ଦେବାକୁ ପ୍ରସ୍ତୁତ ହେଉଛନ୍ତି।