ବଲିଉଡ୍ ଲଭ୍ବାର୍ଡ ତାରା ସୁତରିୟା ଏବଂ ଆଦର ଜୈନ୍ଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଏକ ରିପୋର୍ଟ ଅନୁସାରେ, ତାରା ଏବଂ ଆଦର ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ପୂର୍ବରୁ ଏହି ଯୋଡି ନିଜର ରିଲେସନଶିପ୍ ବିଷୟରେ ଇନ୍ଷ୍ଟାଗ୍ରାମ୍ରେ ଜଣାଇ ସାରିଥିଲେ। ଏବେ ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଛି। ମାତ୍ର ଏ ନେଇ ଅଫିସିଆଲି କିଛି କୁହାଯାଇ ନାହିଁ।
ଆଦର ହେଉଛନ୍ତି ରଣବୀର କପୁର ଏବଂ କରିନା କପୁରଙ୍କ ସମ୍ପର୍କୀୟ ଭାଇ। ସେ ଫିଲ୍ମ ଇଣ୍ଡଷ୍ଟ୍ରିର ହୋଇ ନ ଥିଲେ ମଧ୍ୟ ସବୁବେଳେ ଲାଇମ୍ଲାଇଟ୍ରେ ରହିଥାନ୍ତି। ମାତ୍ର ତାରା ବଲିଉଡ୍ର ଅନେକ ଫିଲ୍ମରେ କାମ କରିସାରିଛନ୍ତି।