ଅର୍ଜୁନଙ୍କ ଇଂରାଜୀ ପ୍ରଫେସର ହେଲେ ତାରା

ମୁମ୍ବାଇ: ଫିଲ୍ମ ‘ଏକ ଭିଲେନ ରିଟନର୍ସ’ର କୋ ଷ୍ଟାର ତାରା ସୁତାରିଆ ଓ ଅର୍ଜୁନ କପୁରଙ୍କ ମଧ୍ୟରେ ଭଲ ବଣ୍ଡିଂ ଦେଖିବାକୁ ମିଳିଛି । ନିକଟରେ ଅର୍ଜୁନଙ୍କ ଇନଷ୍ଟାଗ୍ରାମ ହିଁ ଏହାର ପ୍ରମାଣ ଦେଇଛି ଯେ ଉଭୟଙ୍କ ମଧ୍ୟରେ ସମ୍ପର୍କ କେତେ ନିବିଡ ହୋଇଯାଇଛି ।
ଘଟଣା ହେଲା ଅର୍ଜୁନ ତାଙ୍କ ଆଗାମୀ ଫିଲ୍ମ ‘ଦ ଲେଡି କିଲର’ର ସେଟ ନୈନିତାଲରୁ ଏକ ୱାର୍କଆଉଟର ଭିଡିଓ ଶେୟାର କରିଥିଲେ । ଯାହାର କ୍ୟାପଶନରେ ସେ ଲେଖିଥିଲେ, ମୁଁ ନୈନିତାଲରେ ୱିକଏଣ୍ଡକୁ ଏମିତି କାଟୁଛି । ଅର୍ଜୁନଙ୍କ ଭିଡିଓ ଏକ ହାପି ମୋଟିଭେଶନ ସହ ଏକ୍ସରସାଇଜ କରୁଥିବା ଦେଖାଯାଇଥିଲା । ହେଲେ ତାରାଙ୍କ କମେଣ୍ଟ ଏହାକୁ ଚୁଟକିଲା କରିଦେଇଥିଲା ।
ତେବେ ତାରା ଅର୍କୁନଙ୍କ ଦ୍ୱାରା ଲେଖାଯାଇଥିବା କ୍ୟାପଶନରେ ଥିବା ଭୁଲକୁ ଧରିନେଇଥିଲେ ମାନେ ଗ୍ରାମାଟିକାଲ ମିଷ୍ଟେକକୁ ଦେଖିନେଇଥିଲେ ଆଉ କମେଣ୍ଟ କରିଦେଇଥିଲେ । ଅର୍ଜୁନ ବି ଛାଡିବା ବାଲା ନୁହେଁ । ଏହାର ଜବାବରେ ଅର୍ଜୁନ ତାରାଙ୍କୁ ‘ପ୍ରଫେସର ସୁତାରିୟା’ ବୋଲି କହିଦେଇଥିଲେ । ଆଉ କହିଥିଲେ ମୁଁ ମୋର ଖାତା ଅଫିସିୟାଲି ‘ପ୍ରଫେସର ସୁତାରିୟା’ଙ୍କୁ ଖୁବଶୀଘ୍ର ଦେଇ ଦେବି ।

Share