ଚର୍ଚ୍ଚାରେ ତାରାଙ୍କ ଫଟୋ ଶୁଟ୍‌

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତାରା ସୁତାରିଆଙ୍କ ଫ୍ୟାଶନ ସେନ୍ସ ୟଙ୍ଗଷ୍ଟରଙ୍କୁ ବେଶ ପସନ୍ଦ । ସେ ସବୁବେଳେ ନୂଆ ନୂଆ ଲୁକ୍ସ ନିଜ ଉପରେ ଟ୍ରାଏ କରିଥାଆନ୍ତି । ହେଲେ ଏଥର ସେ ତାଙ୍କର ନୂଆ ଫଟୋଶୁଟରେ ଇଣ୍ଟରନେଟର ପାରାକୁ ଆହୁରି ବଢାଇ ଦେଇଛନ୍ତି । ବୋଲ୍ଡନେସର ସବୁ ସୀମା ଅତିକ୍ରମ କରିଥିବା ତାରା ତାଙ୍କ ଫଟୋ ଶୁଟକୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ । ଏଥରର ଫଟୋଶୁଟକୁ ଦେଖିବା ପରେ ତାଙ୍କ ପ୍ରଶଂସକଙ୍କ ଦିଲ କି ଧଡକନ ଆହୁରି ବଢିଯାଇଛି ।
ଏଥର ଇନଷ୍ଟାଗ୍ରାମରେ ସେ ଯେଉଁ ଫଟୋ ଶେୟାର କରିଛନ୍ତି ସେଥିରେ ସେ ବିକିନି ଟପରେ ନଜର ଆସିଛନ୍ତି । କେବଳ ସେତିକି ନୁହେଁ ଜିନ୍ସର ଜିପ ଓ ବଟମ ବି ଖୋଲି ଦେଇଛନ୍ତି ତାରା, ଯାହା ବୋଲ୍ଡନେସର ସୀମା ଟପି ଯାଇଛି । ଏହି ଫଟୋକୁ ଦେଖିବା ପରେ ତାରାଙ୍କ ଗ୍ଲାମରସ୍ ଅନ୍ଦାଜ ସଭିଙ୍କୁ ଦିୱାନା କରିଛି । ଏହି ଫଟୋଶୁଟକୁ ଦେଖି ତାଙ୍କ ବୟଫ୍ରେଣ୍ଡ ଆଦର ଜୈନ ବି କମେଣ୍ଟ କରିବାକୁ ଭୁଲି ନାହାନ୍ତି । ଆଦର ହାର୍ଟ ଆଇ ଓ ଫାୟାର ଇମୋଜି ଶେୟାର କରିଛନ୍ତି । ତାରାଙ୍କ ଏହି ଫଟୋକୁ ଦେଖି ଅନେକ ତାଙ୍କର ପ୍ରଶଂସା କରୁଥିବା ବେଳେ କେହି କେହି ହଟନେସ୍ ଓଭରଲୋଡେଡ ବୋଲି ଲେଖିଛନ୍ତି । ପୁଣି କିଏ ତାଙ୍କ ପତଲି କମର ପାଖରେ ନଜର ଅଟକାଇ ଦେଇଛନ୍ତି ।

Share