କରୋନା କବଳରେ ତାରା

ମୁମ୍ବାଇ: ଦେଶର କିଛି ଅଂଶରେ ବେଳକୁ ବେଳ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମହାରାଷ୍ଟ୍ର ଏହି ତାଲିକାରେ ସବୁଠାରୁ ଆଗରେ ରହିଛି । ଏବେ କିନ୍ତୁ ଲକ୍ଷ୍ୟ କରାଯାଇଛି କି ମାୟାନଗରୀକୁ ପୁଣିଥରେ କରୋନା ପ୍ରବେଶ କରିଛି । କିଛିଦିନ ତଳେ ପ୍ରଥମେ ରଣବୀର କପୁର କରୋନାରେ ପୀଡ଼ିତ ହୋଇଥିବା ଖବର ଆସିବା ପରେ ନିର୍ଦ୍ଦେଶକ ସଂଞ୍ଜୟ ଲିଲା ଭଂସାଲି ବି କରୋନାରେ ପୀଡ଼ିତ ହୋଇଥିଲେ । ଶୁକ୍ରବାର ଜଣାପଡିଥିଲା କି ବଲିଉଡ୍‌ର ଆଗଧାଡିର ଅଭିନେତା ମନୋଜ ବାଜପେୟୀ ବି କରୋନାରେ ପୀଡ଼ିତ ହୋଇଛନ୍ତି । ଏବେ ଶୁଣିବାକୁ ମିଳିଛି କି ଏହି ତାଲିକାରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ତାରା ସୁତାରିୟା । ଫିଲ୍ମଫେୟାରର ରିପୋର୍ଟ ଅନୁଯାୟୀ ତାରାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ନିକଟରେ ତାରା ତାଙ୍କ ଅପକମିଂ ଫିଲ୍ମ ‘ତଡପ’ର ଶୁଟିଂ ଶେଷ କରିଥିଲେ । ଏଥିରେ ତାରାଙ୍କ ସହ ଉହାନ ସେଟ୍ଟି ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ସେପ୍ଟେମ୍ବର ୨୪ରେ ରିଲିଜ୍ ହେବାର ଯୋଜନା ରହିଛି । ଏହା ଏକ ପ୍ରେମ କାହାଣୀ ହୋଇଥିବା ବେଳେ ନିକଟରେ ଏହାର ପୋଷ୍ଟର ଶେୟାର କରି ତାରା ନିଜେ ଫିଲ୍ମ ବିଷୟରେ ସୂଚନା ଦେଇଥିଲେ । ଉହାନ ଏହି ଫିଲ୍ମରେ ଡେବ୍ୟୁ କରୁଥିବା ବେଳେ ଖିଲାଡି ବୟ ଅକ୍ଷଅ କୁମାର ଏହାର ପୋଷ୍ଟର ଶେୟାର କରି ଉଭୟ ତାରା ଓ ଉହାନଙ୍କୁ ଶୁଭେଚ୍ଛା ଜଣାଥିଲେ । ହିରୋପନ୍ଥି ୨ରେ ବି ତାରା ନଜର ଆସିପାରନ୍ତି ।

Share