‘ତାରା’ ବିଜୟିନୀ

‘ଏଲିଫ୍ୟାଣ୍ଟ ହ୍ବିସ୍‌ପରର୍ସ’ ଶ୍ରେଷ୍ଠ ଡକ୍ୟୁମେଣ୍ଟାରି ଶର୍ଟ ଫିଲ୍ମ ପାଇଁ ୨୦୨୩ ଏକାଡେମୀ ପୁରସ୍କାର ପାଇବା ପରେ ଓସ୍କାର ବିଜୟିନୀ ନିର୍ଦ୍ଦେଶିକା କାର୍ତ୍ତିକୀ ଗୋନ୍‌ସାଲ୍‌ଭେସ୍‌ ଚର୍ଚ୍ଚିତ ହୋଇଥିଲେ। ମଣିଷ ଓ ହାତୀ ମଧ୍ୟରେ ଥିବା ସମ୍ପର୍କକୁ ଅତି ନିଖୁଣ ଭାବେ ଚଳଚ୍ଚିତ୍ରରେ ପ୍ରଦର୍ଶନ କରିବା ଓ ଏହାର ଚିତ୍ରୋତ୍ତୋଳନ ଅତି ଉଚ୍ଚକୋଟୀର ଥିଲା ବୋଲି ସେତେବେଳେ ବିଚାରକମଣ୍ଡଳୀ ମତ ଦେଇଥିଲେ। ଗୋନ୍‌ସାଲ୍‌ଭେସଙ୍କ ନିର୍ଦ୍ଦେଶିତ ଏହି ବୃତ୍ତଚିତ୍ରରେ ଜନଜାତି ଦମ୍ପତି ବୋମନ ଓ ବେଲି ଦଳରୁ ଅଲଗା ହୋଇଯାଇଥିବା ହାତୀ ଶାବକ ରଘୁକୁ ବଞ୍ଚାଇବା ପାଇଁ ସଂଘର୍ଷ କରିଛନ୍ତି। ଜୀବ ସହ ମଣିଷର ସମ୍ପର୍କ ବିଶେଷକରି ବଣପାହାଡ଼ ଘେରା ଅଞ୍ଚଳରେ ଆଦିବାସୀମାନେ କିଭଳି ସେମାନଙ୍କ ସହିତ ନିବିଡ଼ ବନ୍ଧନରେ ଆବଦ୍ଧ ଅଛନ୍ତି ଓ ତାମିଲନାଡୁର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଏଲିଫ୍ୟାଣ୍ଟ ହ୍ବିସ୍‌ପରର୍ସରେ ଦର୍ଶାଯାଇଛି। ଭାରତୀୟଙ୍କ ପାଇଁ ଏବେ ଖୁସିର କଥା ଯେ, ଗୋନ୍‌ସାଲ୍‌ଭେସ୍‌ ପୁନଶ୍ଚ ଅନ୍ତର୍ଜାତୀୟ ସମ୍ମାନ ପାଇ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ନିକଟରେ ଲଣ୍ଡନଠାରେ ବ୍ରିଟେନ ରାଜା କିଙ୍ଗ୍‌ ଚାର୍ଲସ-୩ୟ ଓ ରାଣୀ କାମିଲା ତାଙ୍କୁ ‘ଏଲିଫ୍ୟାଣ୍ଟ ଫ୍ୟାମିଲି’ ପରିବେଶ ପୁରସ୍କାର ପ୍ରଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, କାମିଲାଙ୍କ ସ୍ବର୍ଗବାସୀ ଭାଇ ବ୍ରିଟିଶ ଟ୍ରାଭେଲ ରାଇଟର ତଥା ପରିବେଶ ସୁରକ୍ଷାର ପ୍ରବକ୍ତା ମାର୍କ ଶାନ୍ଦ ୨୦୦୩ରେ ଏହି ସଙ୍ଗଠନ ପ୍ରତିଷ୍ଠା କରିଥିଲେ। ହାତୀ ଓ ଏସୀୟ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ହାତୀ ‘ତାରା’ ନାମରେ ଉକ୍ତ ପୁରସ୍କାରକୁ ନାମିତ କରାଯାଇଛି। ପ୍ରଥମ ଥର ପାଇଁ ଭାରତୀୟ ଶର୍ଟ ଫିଲ୍ମ ନିର୍ଦ୍ଦେଶକ ଭାବେ ୯୫ତମ ଏକାଡେମୀ ପୁରସ୍କାର ପାଇଥିବା ଗୋନ୍‌ସାଲ୍‌ଭେସ୍‌ ଅନ୍ତର୍ଜାତୀୟ ସ୍ତରରେ ପରିବେଶ ପୁରସ୍କାର ପାଇବା ପରେ ତାଙ୍କ ବ୍ୟକ୍ତିତ୍ୱ ଅଧିକ ଚର୍ଚ୍ଚିତ ହୋଇଛି।
ଗୋନ୍‌ସାଲ୍‌ଭେସ ୨ ନଭେମ୍ବର ୧୯୮୬ରେ ତାମିଲନାଡୁରେ ଜନ୍ମଗ୍ରହଣ କରିଥିଲେ। ଟିମୋଥି ଏ. ଗୋନ୍‌ସାଲ୍‌ଭେସ ଓ ପ୍ରିସ୍‌ସିଲା ଟାପ୍‌ଲେ ଗୋନ୍‌ସାଲ୍‌ଭେସଙ୍କ କନିଷ୍ଠା କନ୍ୟା ହେଉଛନ୍ତି କାର୍ତ୍ତିକୀ। ତାଙ୍କ ବଡ଼ ଭଉଣୀ ଡାନିକା ଗୋନ୍‌ସାଲ୍‌ଭେସ। କାର୍ତ୍ତିକୀ ଉଟ୍ଟିଠାରେ ବଢ଼ିଥିଲେ। ସେ କୋଏମ୍ବାଟୁରସ୍ଥିତ ଡକ୍ଟର ଜି.ଆର୍‌. ଦାମୋଦରନ୍‌ କଲେଜ ଅଫ୍‌ ସାଇନ୍ସରୁ ୨୦୦୭ରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ପରେ ଉଟ୍ଟିସ୍ଥିତ ଲାଇଟ୍‌ ଆଣ୍ଡ୍‌ ଲାଇଫ୍‌ ଏକାଡେମୀରେ ସେ ଫଟୋଗ୍ରାଫି ପାଠ ପଢ଼ିଥିଲେ। ଇଣ୍ଟରନ୍ୟାଶନାଲ ଲିଗ୍‌ ଅଫ୍‌ କଞ୍ଜରଭେଶନ ଫଟୋଗ୍ରାଫର୍ସ (ଆଇଏଲ୍‌ସିପି)ର ଫେଲୋ ହୋଇଥିବା ଗୋନ୍‌ସାଲ୍‌ଭେସ ଭାରତରେ ସୋନି ଆଲ୍‌ଫା ଆର୍ଟିସାନ ଅଫ୍‌ ଇମେଜେରିର ପ୍ରଥମ ମହିଳା ଭାବେ ଯୋଗ୍ୟ ବିବେଚିତ ହୋଇଥିଲେ। ବୃତ୍ତିଗତ ଉତ୍କର୍ଷ ପାଇଁ ସେ ଦକ୍ଷିଣ ଭାରତର ପଶ୍ଚିମ ଘାଟ ଓ ଉତ୍ତର ଆମେରିକାର ପାସିଫିକ୍‌ ନର୍ଥ ଓ୍ବେଷ୍ଟକୁ ନିୟମିତ ଯାତ୍ରା କରିଥାଆନ୍ତି। ୨୦୧୮ରେ ସେ ‘ଆର୍ଥ ସ୍ପେକ୍ଟ୍ରମ୍‌’ ପ୍ରତିଷ୍ଠା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଏହି ସଙ୍ଗଠନ ଜରିଆରେ ସେ ଜୈବ ବିବିଧତା ଓ ସଂସ୍କୃତି ଜୀବନ ବିଷୟରେ ଗଳ୍ପ ଜରିଆରେ ସଚେତନତା ସୃଷ୍ଟି କରିଥାଆନ୍ତି। ୨୦୧୮ ଶେଷ ଆଡ଼କୁ ଗୋନ୍‌ସାଲ୍‌ଭେସ ଚଳଚ୍ଚିତ୍ର ପାଇଁ ଚିତ୍ର ଉତ୍ତୋଳନକାରୀ ମହିଳାଙ୍କ ମଧ୍ୟରେ ନିଜର ଏକ ସ୍ଥାନ ରଖିବାରେ ସକ୍ଷମ ହୋଇଥିଲେ। ‘ଦି ଏସିଆଟିକ୍‌ ବ୍ଲାକ୍‌ ବିଅର’ ଏପିସୋଡ୍‌ ଶୁଟିଂରେ ସେ ଲାଗି ପଡ଼ିଥିଲେ। ସୂଚନା ଦିଆଯାଇପାରେ ଯେ, ଦି ବ୍ରିଙ୍କ ଫର୍‌ ଡିସ୍କଭରି ଚ୍ୟାନେଲ ଓ ଆନିମଲ ପ୍ଲାନେଟରେ ଏହା ପ୍ରସାରିତ ହୋଇ ଲୋକପ୍ରିୟତା ଅର୍ଜନ କରିଥିଲା। ଏଥିରେ ଭାରତରେ ସଙ୍କଟାପନ୍ନ ଅବସ୍ଥାରେ ଥିବା ବହୁ ପ୍ରଜାତିର ଜୀବଜନ୍ତୁଙ୍କୁ ସ୍ଥାନିତ କରାଯିବା ସହିତ ଏଗୁଡ଼ିକୁ ସୁରକ୍ଷିତ ରଖିବା ଲାଗି କାର୍ଯ୍ୟ କରୁଥିବା ଗବେଷକ ଓ ବୈଜ୍ଞାନିକଙ୍କ କୃତିକୁ ସନ୍ନିବେଶିତ କରାଯାଇଥିଲା। ଚଳଚ୍ଚିତ୍ରରେ କାର୍ଯ୍ୟ କରିବା ସହିତ ଗୋନ୍‌ସାଲ୍‌ଭେସ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖବରକାଗଜ ଓ ପତ୍ରିକା ଲାଗି ମୁକ୍ତବୃତ୍ତି ଫଟୋଗ୍ରାଫର ରହିଆସିଛନ୍ତି। ତାଙ୍କ ସଦ୍ୟ ଚର୍ଚ୍ଚିତ ଫଟୋ ମଧ୍ୟରେ ଭାରତ ଓ ପାକିସ୍ତାନର ନିୟନ୍ତ୍ରଣ ରେଖା(ଏଲ୍‌ଓସି)ରେ ବାସ କରୁଥିବା ମହିଳା ସ୍ଥାନ ପାଇଛନ୍ତି।
ବନ୍ୟଜନ୍ତୁଙ୍କ ଜୀବନ ରକ୍ଷା ଓ ସେହି ଦିଗରେ ସଚେତନତା ସୃଷ୍ଟି କରୁଥିବା ଗୋନ୍‌ସାଲ୍‌ଭେସଙ୍କ ବୃତ୍ତିଗତ ଯାତ୍ରା ଦୁଃସାହସିକତାରେ ଭରି ରହିଛି। ଅନୁରୂପ ଭାବେ ମହିଳା ଓ ସାଂସ୍କୃତିକ ସୌହାର୍ଦ୍ଦ୍ୟ ବଜାୟ ରଖିବା ଲାଗି ସେ ଯେଉଁଭଳି ତରିକାରେ କାର୍ଯ୍ୟ କରୁଛନ୍ତି, ସେଥିପାଇଁ ଧନ୍ୟବାଦାର୍ହ। ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନ କରିବା ଲାଗି ପର୍ଯ୍ୟାପ୍ତ ଭ୍ରମଣ କରି ସେଥିରୁ ସେ ଆନନ୍ଦ ପାଇଥାଆନ୍ତି ବୋଲି କହିଥାଆନ୍ତି।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଆଲୋକ ପ୍ରଦୂଷଣ

ଭ୍ୟତାର ବିକାଶ କ୍ରମରେ ଏକଦା ବିଜୁଳି ମାଡରେ ଜଳୁଥିବା ବଣ ମଧ୍ୟରୁ ମନୁଷ୍ୟ ପ୍ରଥମେ ନିଆଁକୁ ଆବିଷ୍କାର କରିଥିଲା। ନିଆଁ ଆବିଷ୍କାର ପରେ ମଣିଷ ମଶାଲ...

କେହି ନୁହେଁ କାହାର

ଗଣତନ୍ତ୍ରରେ ସରକାର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ମାତ୍ର ଏଇ ସ୍ବାଭାବିକ ପ୍ରକ୍ରିୟାଟି ଅନେକ ଅସ୍ବାଭାବିକ ପ୍ରକ୍ରିୟାକୁ ସାଙ୍ଗରେ ଧରି ଆସିଥାଏ। ଗୋଟେ ସରକାର ପତନ...

ଉବର ଚୁକ୍ତି

ଭାରତର ସୁରକ୍ଷା ପ୍ରତି ପଡ଼ୋଶୀ ଚାଇନା ଓ ପାକିସ୍ତାନ ଆହ୍ବାନ ସୃଷ୍ଟି କରିଛନ୍ତି। ଏହାର ମୁକାବିଲା ପାଇଁ ସେନା ନୂତନ ସ୍ଥିତି ସହିତ ଖାପ ଖୁଆଇ...

ଏଇ ଭାରତରେ

ସ୍ବାମୀ ଓ ସ୍ତ୍ରୀଙ୍କ ବୟସ ଏବେ ୭୯। ତଥାପି ସେମାନେ ବୟସର ଛାପ ନିଜ ଉପରେ ପଡ଼ିବାକୁ ଦେଇ ନାହାନ୍ତି କି ହାର୍‌ ମାନି ନାହାନ୍ତି।...

ଆକସ୍ମିକ ମୃତ୍ୟୁ

ବାସ୍ତବିକ ମୃତ୍ୟୁ ହିଁ ଦୁନିଆରେ ଚିରସତ୍ୟ, ଏହା କବଳରୁ ନରରୂପୀ ଭଗବାନ, ଧନୀ, ମାନୀ, ଜ୍ଞାନୀ, ଗୁଣୀ, ପ୍ରତିପତ୍ତି ସମ୍ପନ୍ନ, ଦରିଦ୍ର କେହି ରକ୍ଷା ପାଇପାରିବେ...

ବାଣରୁ କ୍ଷାନ୍ତ

ପ୍ରତିବର୍ଷ ଦୀପାବଳି ଆସିଲେ ଦିଲ୍ଲୀର ବାୟୁ ପ୍ରଦୂଷଣ ବିଷୟରେ ଗମ୍ଭୀର ଆଲୋଚନା ହୋଇଥାଏ। ପାରମ୍ପରିକ ଗଣମାଧ୍ୟମରେ ବିତର୍କ ହୁଏ ଓ ସୋସିଆଲ ମିଡିଆରେ ଏ ସମ୍ବନ୍ଧୀୟ...

ସର୍ବନିମ୍ନ ସହାୟକ ମୂଲ୍ୟ

ନିକଟରେ କେନ୍ଦ୍ର ସରକାର ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଘୋଷଣା କରିଛନ୍ତି। ୨୦୨୫-୨୬ ବର୍ଷ ପାଇଁ କୁଇଣ୍ଟାଲ ପିଛା ଗହମର ସର୍ବନିମ୍ନ ସହାୟକ...

ଓଡ଼ିଆରେ ବୈଷୟିକ ଶିକ୍ଷା

କିଛି ବ୍ୟକ୍ତିଙ୍କର କହିବା କଥା ଯେ, ବୈଷୟିକ ଶିକ୍ଷା ଓଡ଼ିଆ ଭାଷାରେ ପଢ଼ାଲେଖା ନ ହେବାରୁ ଆମ ଭାଷା ସଙ୍କୁଚିତ ହୋଇଯାଉଛି। ତେଣୁ ସମସ୍ତ ବିଷୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri