ଆଉ ନାହାନ୍ତି ନଟୁ କାକା

ମୁମ୍ବାଇ,୩।୧୦: ଲୋକପ୍ରିୟ କମେଡ଼ି ସିରିଏଲ ତାରକ୍‌ ମେହେତା ଉଲଟା ଚଷମାର  ଅଭିନେତା ନଟୁ କାକାଙ୍କ ରବିବାର ପରଲୋକ ହୋଇଯାଇଛି। ନଟୁ କାକା ଭାବେ ପରିଚିତ ଥିବା ଏହି କଳାକାର ଜଣକ ହେଲେ ଘନଶ୍ୟାମ ନାୟକ। ୭୭ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ବହୁ ଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ। ୧୯୬୦ରେ ମାସୁମରେ ଶିଶୁ କଳାକାର ଭାବେ ଅଭିନୟ କରି କ୍ୟାରିୟର ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ତାରକ୍‌ ମେହେତା ଉଲଟା ଚଷମେରେ ନଟୁ କାକା ଭାବେ ଅଭିନୟ କରି ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଚି କରିପାରିଥିଲେ। ତାଙ୍କ ଦେହାନ୍ତ ପରେ ତାରକ ମେହେତା ସିରିଏଲର ସମସ୍ତ କଳାକାର ଓ ପ୍ରଡ୍ୟୁସର ଅସିତ ମୋଦି ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

Share