କ୍ରିକେଟରେ ଭାଗନେବାକୁ ତରଣୀଙ୍କ ଗ୍ବାଲିୟର ଗସ୍ତ

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ):ମଧ୍ୟପ୍ରଦେଶର ଗ୍ବାଲିୟରଠାରେ ବୁଧବାରରୁ ଆରମ୍ଭ ହେବାକୁ ଥିବା ଜାତୀୟ ହୁଇଲ ଚେୟାର କ୍ରିକେଟ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶା ଦଳ ଭାଗ ନେବ। କେନ୍ଦୁଝରର ଦିବ୍ୟାଙ୍ଗ ଖେଳାଳି ଅଭୟ କୁମାର ଜେନାଙ୍କ ନେତୃତ୍ୱରେ ଓଡ଼ିଶାର ୧୪ଜଣିଆ ଦଳ ଏଥିରେ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବରଗଡ଼ ଜିଲା ସହରାପାଲି ଗ୍ରାମ ଆମ୍ବେଦକର ନଗର ନିବାସୀ ତରଣୀ ସୁନା(୪୧) ରହିଛନ୍ତି। ମଙ୍ଗଳବାର ସକାଳ ୭ଟାରେ ସେ ଟ୍ରେନ ଯୋଗେ ଗ୍ବାଲିୟର ଯାତ୍ରା କରିଛନ୍ତି। ବରଗଡ଼ ରେଳ ଷ୍ଟେଶନରେ ଏଚିଭର୍ସ ହେଲପିଂ ଫାଉଣ୍ଡେଶନର ସଭାପତି ଦିବାକର ମାଝି, ଓଡ଼ିଶା ଜନତା ସଂଘର୍ଷ ସମିତି ସ୍ବେଚ୍ଛାସେବୀ ଜନ କଲ୍ୟାଣ ସଂଗଠନର ସଭାପତି କିଶୋର ଚନ୍ଦ୍ର ସାହୁ, ଝାରସୁଗୁଡ଼ା ଜିଲା କ୍ରୀଡ଼ା ଅଧିକାରୀ ତୁଷାରକାନ୍ତି ମିଶ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀବତ୍ସ ଛତର ପ୍ରମୁଖ ରେଳ ଷ୍ଟେଶନରେ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଶୁଭେଚ୍ଛା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା କଲେଜ ଛାତ୍ରୀ ଅପହୃତ, ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଶେଷ ବର୍ଷ କଳା ବିଭାଗରେ ବାର୍ଷିକ ପରୀକ୍ଷା ଦେଇଥିବା...

କିନ୍ନରଙ୍କ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ରାଜ୍ୟ ମହାସଂଘ

ଦିଗପହଣ୍ଡି,୧୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଯାତ୍ରା କଳାକାର କିନ୍ନର ଅର୍ଚ୍ଚିତା ଓରଫ ଅଜିତ ବିଷୋୟୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର...

ଆଣ୍ଠୁଗଣ୍ଠି ସମସ୍ୟାରୁ ଉପଶମ ଦିଏ ଅଙ୍ଗୁର

ଆଜିକାଲି ଆଣ୍ଠୁଗଣ୍ଠି ସମସ୍ୟା ଏକ ସାଧାରଣ କଥା ପାଲଟି ଗଲାଣି କହିଲେ ଭୁଲ ହେବ ନାହିଁ। ବିଶେଷଭାବରେ ବୟସ ବଢ଼ିଲେ ଏହି ସମସ୍ୟା ଦେଖାଦେଇଥାଏ। ହେଲେ...

ଡାନିଏଲ ନୋବୋଆ କିଏ, ଯାହାଙ୍କୁ ଇକ୍ୱେଡରର ନୂଆ ରାଷ୍ଟ୍ରପତି ଭାବେ କରାଗଲା ନିର୍ବାଚନ

କ୍ୱିଟୋ,୧୪।୪: ଇକ୍ୱେଡରରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ, ଇକ୍ୱେଡରର ଜାତୀୟ ନିର୍ବାଚନ ପରିଷଦ ରବିବାର ରାଷ୍ଟ୍ରପତି ଡାନିଏଲ ନୋବୋଆଙ୍କୁ ଦେଶର ରାଷ୍ଟ୍ରପତି ଦୌଡ଼ର...

କିଏ ସେହି ୧୭ ବର୍ଷର ଯୁବକ, ଯିଏ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହତ୍ୟା କରିବାକୁ କରିଥିଲେ ଯୋଜନା

ଓ୍ବାଶିଂଟନ,୧୪।୪: ଆମେରିକାର ୱିସ୍କିନସନ ରାଜ୍ୟରେ ରହୁଥିବା ମାତ୍ର ୧୭ ବର୍ଷ ବୟସ୍କ ନିକିତା କାସ୍ପଙ୍କୁ ଗିରଫ କରାଯାଇଛି। ତାଙ୍କ ଉପରେ ଅଭିଯୋଗ ରହିଛି କି ସେ...

ବିଜ୍ଞାନର ଉନ୍ନତିରେ ଜର୍ମାନୀ ବୈଜ୍ଞାନିକଙ୍କ ଭୂମିକା

ମଧ୍ୟଯୁଗୀୟ ୟୁରୋପରେ ନିରୀକ୍ଷଣ, ପରୀକ୍ଷଣ ଓ ଗହନ ଗଣିତର ପରମ୍ପରା ନଥିଲା। ପଠନ ଓ ଅନୁଶୀଳନ ବୈଜ୍ଞାନିକ ଗତିବିଧିର ମାନଦଣ୍ଡ ଥିଲା। ପଣ୍ଡିତମାନେ ମୁଖ୍ୟତଃ ଦାର୍ଶନିକ...

ଚର୍ଚ୍ଚାରେ ଯାତ୍ରା ଜଗତର ଦୁର୍ଦ୍ଧାନ୍ତ ଖଳନାୟକ ପ୍ରଦୀପ

ଗଞ୍ଜାମ,୧୪।୪,(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡକାଳୀଙ୍କ ଦଣ୍ଡ ପର୍ବ l ଦଣ୍ଡନାଟ ଆରମ୍ଭ ହେବା ମାତ୍ରେ ପୁଣି ଚର୍ଚ୍ଚାକୁ ଆସିଯାନ୍ତି ଯାତ୍ରା...

ସୁନାବେଶରେ ଦର୍ଶନ ଦେଲେ ମା’

କେନ୍ଦୁଝର,୧୪।୪, (ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ଘଟଗାଁର ମା’ ତାରିଣୀ ପୀଠରେ ପଣା ସଂକ୍ରାନ୍ତି ଧୁମ ଧୁମ ଧାମରେ ପାଳନ ହେଉଛି। ସକାଳୁ ସକାଳୁ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image