Categories: Uncategorized

କଂଗ୍ରେସକୁ ନେଇ ତାରାଙ୍କ ବିସ୍ଫୋରକ ବୟାନ: କହୁକହୁ କହିଦେଲେ ଭିତିରି କଥା

ଭୁବନେଶ୍ୱର,୧୮।୮: କଂଗ୍ରେସକୁ ନେଇ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ବିସ୍ଫୋରକ ବୟାନ। ସେ କହିଛନ୍ତି ଦଳରେ କାହାସହ କାହାର ମତ ଠିକ ନାହିଁ, ତାଙ୍କ ଭଳି ପ୍ରକୃତ କଂଗ୍ରେସ କର୍ମୀଙ୍କୁ କାନ୍ଦ ଲାଗୁଛି। କଂଗ୍ରେସରେ ବିଭାଜନ ସୃଷ୍ଟି ହେଉଛି, ଏହା ହେବା ଅନୁଚିତ। କାହାର ଦଳୀୟ ସ୍ବାର୍ଥ ଚିନ୍ତା ନାହିଁ, ନିଜ ସ୍ବାର୍ଥ ହାସଲ ପାଇଁ ଚେଷ୍ଟା ଚାଲିଛି। ଏଥିପାଇଁ ସାଧାରଣ ଲୋକ କେବେ କ୍ଷମା ଦେବେନି ବୋଲି ସେ କହିଛନ୍ତି। ମୋତେ ବିଜେଡି, ଭାଜପା ଭଳି ନିଜ ଦଳ କଂଗ୍ରେସ ମଧ୍ୟ ବିରୋଧ କରୁଛି। ତେଣୁ ମୁଁ ମୋ ନିର୍ବାଚନମଣ୍ଡଳୀ ଭିତରେ ରହିଛି କ୍ଷୋବ ପ୍ରକାଶ କରିଛନ୍ତି।