ତାରାତାରିଣୀଙ୍କ ପୀଠରେ ଅଘଟଣ: ଦୀପଘରେ ଲାଗିଲା ନିଆଁ

ପୁରୁଷୋତ୍ତମପୁର,୧୭ା୧୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ପୀଠରେ ପବିତ୍ର ଧନୁସଂକ୍ରାନ୍ତିରେ ଶନିବାର ରାତିରେ ଏକ ଅଘଟଣ ଘଟିଛି। ଯାହାକି ଦୀପଘରେ ନିଆଁ ଲାଗିଯାଇଛି। ମାତ୍ର ଏଥିରେ କାହାରି କିଛି କ୍ଷତି ଘଟି ନ ଥିବା ବେଳେ କିଛି ବାଉଁଶ ପୋଡ଼ି ନଷ୍ଟ ହୋଇଯାଇଛି। ଏହାର ଖବରପାଇ ପୁରୁଷୋତ୍ତମପୁର ଦମକଳବାହିନୀ ଘଟଣାସ୍ଥଳକୁ ଯାଇ ନିଆଁକୁ ଲିଭାଇଥିଲେ। ସଂକ୍ରାନ୍ତି ହେତୁ ମା’ଙ୍କ ପୀଠରେ ପ୍ରବଳ ଭିଡ଼ ଜମିଥିଲା ଏହି ସମୟରେ କେହି ଦୀପଟିକୁ ସୁରକ୍ଷିତ ଭାବରେ ଲଗାଇ ରଖି ନ ଥିବାରୁ ତାହା ଢଳିଯାଇ ଏଭଳି ଘଟିଛି। ମାତ୍ର ମା’ଙ୍କ ପୀଠରେ ନିଆଁ ଲାଗିବା ଏକ ଅଶୁଭ ସଙ୍କେତ ବୋଲି ଭକ୍ତମାନେ କହିଛନ୍ତି।