ନୂଆଦିଲ୍ଲୀ,୨୪।୪: ଦୀର୍ଘ ଦିନର ଅସୁସ୍ଥତା ପରେ ପାକିସ୍ତାନୀ ମୂଳ ଲେଖକ ତାରିକ ଫତେହଙ୍କ ସୋମବାର ପରଲୋକ ଘଟିଛି। ସେ ୭୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାରିକ ଫତେହଙ୍କ ଝିଅ ନତାଶା ଫତେହ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ତାରକ ଫତେହ ୧୯୪୯ରେ ପାକିସ୍ତାନରେ ଜନ୍ମଗ୍ରହଣ କରିଥିଲେ। ୧୯୮୦ ଦଶକ ଆରମ୍ଭରେ କାନାଡାକୁ ଚାଲିଯାଇଥିଲେ। ସେ ଜଣେ ରାଜନୀତିକ ସ୍ବେଚ୍ଛାସେବୀ, ସାମ୍ବାଦିକ ଓ ଟିଭି ଉପସ୍ଥାପକ ଭାବେ କାମ କରିଥିଲେ। ଏଥିସହ ସେ ଅନେକ ବହି ମଧ୍ୟ ଲେଖିଥିଲେ।
ନତାଶା ଟୁଇଟ କରି କହିଛନ୍ତି, ପଞ୍ଜାବର ସିଂହ। ହିନ୍ଦୁସ୍ତାନର ପୁଅ। କାନାଡାର ପ୍ରେମିକ। ସତ୍ୟର ମୁକସାଖୀ। ନ୍ୟାୟର ଯୋଦ୍ଧା। ପଛୁଆ ବର୍ଗରଙ୍କ ସ୍ବର। ତାରିକ ଫତେହ ଆଉ ନାହାନ୍ତି। ତାଙ୍କ ବିପ୍ଳବ ଜାରି ରହିବ। ତାଙ୍କୁ ଜାଣିଥିବା ଓ ଭଲ ପାଉଥିବା ଲୋକମାନେ ତାଙ୍କ ବିପ୍ଳବକୁ ଆଗକୁ ନେବେ।