ପୁଞ୍ଜି ବିନିଯୋଗରେ ୭୦% ମହିଳା ଭାଗୀଦାରି ଲକ୍ଷ୍ୟ:କୃଷି, ଏମ୍‌ଏସ୍‌ଏମ୍‌ଇ, ସ୍ବାସ୍ଥ୍ୟ, ଖାଦ୍ୟ ପ୍ରକ୍ରିୟାକରଣକୁ ଗୁରୁତ୍ୱ

ଦାରିଙ୍ଗିବାଡି, ୨୮/୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗିବାଡି ଇକୋ ରିଟ୍ରିଟରେ ଦୁଇ ଦିନିଆ ପୁଞ୍ଜି ବିନିଯୋଗ କର୍ମଶାଳା ଆରମ୍ଭ ହୋଇଛି। ମୁଖ୍ୟଅତିଥି ଭାବେ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଦୀର୍ଘ ୮ ମାସ ହେଲାଣି ଆମର ଏହି କାର୍ଯ୍ୟକ୍ରମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପୁଞ୍ଜି ନିବେଶକାରୀଙ୍କ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ସରିଛି। କେହି ପୁଞ୍ଜି ନିବେଶକାରୀ ଜମି ପାଇଁ ହଇରାଣ ହେବେ ନାହିଁ। ୨୦୩୬ରେ ସମୃଦ୍ଧ ଓଡ଼ିଶା ଆମର ଲକ୍ଷ୍ୟ। ରାଜ୍ୟରେ ଏହା ଆମ ଜିଲାରେ ପ୍ରଥମ କାର୍ଯ୍ୟକ୍ରମ। କନ୍ଧମାଳରେ ସବୁ କିଛି ଭରି ରହିଛି। ଆମେ କୃଷି, ଏମ୍‌ଏସ୍‌ଏମ୍‌ଇ, ସ୍ବାସ୍ଥ୍ୟ ଏବଂ ଖାଦ୍ୟ ପ୍ରକ୍ରିୟାକରଣକୁ ପ୍ରାଥମିକତା ଦେଉଛୁ। ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି ଶିଳ୍ପ ଗଢ଼ି ଉଠିବ, କିନ୍ତୁ ପରିବେଶକୁ ନଷ୍ଟ କରିବାକୁ ଦିଆଯିବ ନାହିଁ। ଏହି ଜିଲାରୁ ଦାଦନ ଖଟିବାକୁ ଯାଉଥିବା ଶିକ୍ଷିତ ଯୁବତୀ ଯୁବକଙ୍କୁ ତାଲିମ ଦିଆଯାଇ ଦକ୍ଷ କରାଯିବ। ସେମାନେ ନିଜ ଜିଲାରେ ରୋଜଗାର କ୍ଷମ ହେବେ। ଜଣେ ସାଧାରଣ ଲୋକ ଯେପରି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ହଇରାଣ ହେବ ନାହିଁ, ତାହା ଉପରେ ପ୍ରାଧାନ୍ୟ ଦିଆଯିବ। ବିଶେଷ କରି ୭୦ ପ୍ରତିଶତ ମହିଳା ଏଥିରେ ଭାଗ ନେବେ, ତାହା ଉପରେ ଗୁରୁତ୍ୱ ଦେବାକୁ ଉପସ୍ଥିତ ପୁଞ୍ଜି ନିବେଶକାରୀଙ୍କୁ ଏମ୍‌ପି ଅନୁରୋଧ କରିଥିଲେ। ଆଗ୍ରୋ ଟୁରିଜମ୍‌, ଆୟୂର୍ବେଦ ଟୁରିଜିମ୍‌, ପ୍ରାଣୀ ସମ୍ପଦର ବିକାଶକୁ ବିଶେଷ କରି ପ୍ରାଧାନ୍ୟ ଦିଆଯିବ। ସେହିପରି କନ୍ଧମାଳରେ ଉପତ୍ାଦନ ହେଉଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀର ଚାହିଦା ରହିଛି ା ଏହି ଖାଦ୍ୟ ପ୍ରକ୍ରିୟା କରଣ କ୍ଷେତ୍ରରେ ଅର୍ଥ ବିନିଯୋଗ କରି ଏଥିରେ ଗୁଣାତ୍ମକ ବିକାଶ(ଭ୍ୟାଲୁ ଆଡେଡ) କଲେ ଆମେ ଭଲ ମାର୍କେଟିଂ କରି ଜିଲାର ବିକାଶରେ ସହାୟକ ହୋଇପାରିବା ବୋଲି ଏମ୍‌ପି କହିଥିଲେ।
ଜିଲାପାଳ ଅମ୍ରତି ଋତୁରାଜ ଏଥିରେ ଅଧ୍ୟକ୍ଷତା କରି କେଉଁଠି କେତେ ଜମି ଅଧି ଗ୍ରହଣ କରି ପୁଞ୍ଜି ନିବେଶକାରୀଙ୍କୁ ଯୋଗାଇ ଦିଆଯିବ, ପୁଞ୍ଜି ନିବେଶ ଦ୍ୱାରା ଉଭୟ ନିବେଶକାରୀ, ଅଞ୍ଚଳବାସୀ ଏବଂ ଅଞ୍ଚଳର ବିକାଶ ହୋଇପାରିବ ତାହା ଉପରେ ସବିଶେଷ ତଥ୍ୟ ଭିଡିଓ ମାଧ୍ୟମରେ ଉପସ୍ଥାପନ କରିଥିଲେ। ପୁଞ୍ଜି ବିନିଯୋଗକାରୀଙ୍କୁ ଜିଲା ପ୍ରଶାସନ ସମସ୍ତ ପ୍ରକାର ସହଯୋଗ କରିବା ସହ ସେମାନଙ୍କ ସୁବିଧା ଅନୁସାରେ ଜମି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଜିଲାର ଦାରିଙ୍ଗିବାଡି, ଫୁଲବାଣୀ, ରାଇକିଆ, ଚକାପାଦ ସମେତ ଅନ୍ୟ ବ୍ଲକରେ ଜମି ଚିହ୍ନଟ କରାଯାଇଛି। ସେହିପରି ମୋବାଇଲ ନେଟୱାର୍କ, ହସ୍ପିଟାଲିଟି, ଶିକ୍ଷା ପାଇଁ ପୁି ନିବେଶ କରିବାକୁ ପ୍ରଶାସନ ପକ୍ଷରୁ ନିବେଶକାରୀଙ୍କୁ ଅନୁରୋଧ କରାଯାଇଛି। ଅପରାହ୍ନରେ କିଛି ପୁଞ୍ଜି ନିବେଶକାରୀଙ୍କୁ ଚିହ୍ନଟ ହୋଇଥିବା ଜମି ବୁଲାଇ ଦେଖାଇ ଦିଆଯାଇଛି ା କାର୍ଯ୍ୟକ୍ରମରେ ଜି.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଜିଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ଦାରିଙ୍ଗିବାଡି ବ୍ଲକ୍‌ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବାଲିଗୁଡା ଉପ ଜିଲାପାଳ ଡ.ରୀନା ପ୍ରଧାନ, ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସେମାନଙ୍କ ବକ୍ତବ୍ୟ ରଖିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri