Categories: ଜାତୀୟ

କଶ୍ମୀରରେ ପୁଣି ଟାର୍ଗେଟ କିଲିଂ, ଅନନ୍ତନାଗରେ ଦୁଇ ପ୍ରବାସୀ ଶ୍ରମିକଙ୍କୁ ଗୁଳି କଲେ ଆତଙ୍କବାଦୀ

ଜମ୍ମୁ,୧୩ ।୧୧: ଜମ୍ମୁ-କଶ୍ମୀରରେ ପ୍ରବାସୀଙ୍କ ଉପରେ ଚାଲିଥିବା ଆକ୍ରମଣ ଘଟଣା ଥମିବାର ନା ନେଉନି । ଅନନ୍ତନାଗରେ ଦୁଇ ପ୍ରବସୀ ଶ୍ରମିକଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ଗୁଳି କରିଥିବା ସୂଚନା ମିଳିଛି । ଏହି ଟାର୍ଗେଟ କିଲିଂରେ ଉଭୟ ଶ୍ରମିକ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏହି ଘଟଣା ପରେ ପୋଲିସ ଆକ୍ରମଣକାରୀଙ୍କୁ ଖୋଜିବାକୁ ଉକ୍ତ ଅଞ୍ଚଳକୁ ସିଲ କରି ଦେଇଛି ସେଠାରେ ଏବେ ସର୍ଚ୍ଚ ଅପରେଶନ ଚାଲିଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ନଭେମ୍ବର ୩ରେ ଅନ୍ତନାଗ ଜିଲାର ଏକ ଘରୋଇ ସ୍କୁଲରେ କାମ କରୁଥିବା ଶ୍ରମିକଙ୍କୁ ଟାର୍ଗେଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ବିହାରର ଓ ଅନ୍ୟଜଣେ ନେପାଳ ବାସିନ୍ଦା ଥିଲେ ।

Share