Categories: ଜାତୀୟ

କଶ୍ମୀର ପଣ୍ଡିତଙ୍କ ଦୋକାନରେ କାମ କରୁଥିବା ସେଲସ୍ ମ୍ୟାନଙ୍କୁ ହତ୍ୟା

ଜମ୍ମୁ,୯ ।୧୧: କଶ୍ମୀରରେ ଆତଙ୍କବାଦୀଙ୍କ ଦ୍ୱାରା ଟାର୍ଗେଟ କିଲିଂ ଜାରି ରହିଛି । ସୋମବାର କଶ୍ମୀରର ଶ୍ରୀନଗରରେ ଆଙ୍କବାଦୀମାନେ ପୁଣି ଏକ ଟାର୍ଗେଟ କିଲିଂ କରିଛନ୍ତି । ରାତି ପାଖାପାଖି ୮ଟା ସମୟରେ ବୋହରି କଦଲ ଅଞ୍ଚଳରେ ଆତଙ୍କବାଦୀମାନେ କଶ୍ମୀର ପଣ୍ଡିତଙ୍କ ଦୋକାନରେ କାମ କରୁଥିବା ଜଣେ ସେଲସ୍ ମ୍ୟାନଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତକ ଜଣକ ବାନ୍ଦିପୁର ନିବାସୀ ମହମ୍ମଦ ଇବ୍ରାହିମ ବୋଲି ଜଣାପଡିଛି । ଏହି ଘଟଣା ପାଇଁ ଆତଙ୍କବାଦୀ ସଙ୍ଗଠନ ମୁସଲିମ ଜନବାଜ ଫୋର୍ସ ନିଜକୁ ଦାୟୀ କରିଛି । ଆତଙ୍କବାଦୀ ସଙ୍ଗଠନ ତା’ର ବୟାନରେ କହିଛି ସନ୍ଦିପ ମାୱା ଓ ତାଙ୍କ ପିତା ସରକାରୀ ଏଜେନ୍ସି ପାଇଁ କାମ କରୁଥିଲେ ଓ କଶ୍ମୀର ବାହାରର ଲୋକଙ୍କୁ କଶ୍ମୀରରେ ରହିବାର ସୁଯୋଗ ଦେଉଥିଲେ । ସୂଚନାଯୋଗ୍ୟ, ୭୦ ଦଶକ ପରେ ପଣ୍ଡିତ ରୋଶନ ଲାଲ ମାୱା ପାଖାପାଖି ୩ ଦଶକ ପରେ ୨୦୧୯ରେ ଘାଟିରେ ନିଜର ମସଲା ବ୍ୟବସାୟ ଆରମ୍ଭ କରିଥିଲେ । କୁହାଯାଏ ଜୈନା କଦଲର ପ୍ରସିଦ୍ଧ ବ୍ୟବସାୟୀ ରୋଶନ ଲାଲ ମାୱାଙ୍କ ଦୋକାନ ବାହାରେ ୧୯୯୦ରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏହି ଘଟଣାରେ ତାଙ୍କ ଦେହରେ ୪ଟି ଗୁଳି ବାଜିଥିଲା । ଏବେ ସୋମବାର ତାଙ୍କ ପୁଅଙ୍କ ସେଲସ ମ୍ୟାନଙ୍କୁ ହତ୍ୟା କରାଯାଇଛି ।

Share