Categories: ଖେଳ

ମୁମ୍ବାଇକୁ ୧୩୨ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୨୬।୩: ମହିଳା ପ୍ରିମିୟର ଲିଗର ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୩୨ ରନ୍‌ର ଟାର୍ଗେଟ୍‌ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ। ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଦିଲ୍ଲୀ ୨୦ ଓଭରରେ ନଅ ଉଇକେଟ ହରାଇ ୧୩୧ ରନ ସଂଗ୍ରହ କରିଛି। ଦଳ ପକ୍ଷରୁ ମେଗ ଲାନିଙ୍ଗ ୨୫, ଶିଖା ପାଣ୍ଡେ ୨୭ ଏବଂ ରାଧା ଯାଦବ ୨୭ ରନ୍‌ କରି ଅବରାଜିତ ରହିଥିଲେ। ମୁମ୍ବାଇ ପକ୍ଷରୁ ଇଶି ଓଙ୍ଗ ଏବଂ ହାଲି ମାଥ୍ୟୁସ୍‌ ୩ଟି ଲେଖାଏ ଉଇକେଟ୍‌ ନେଇଥିଲେ।

Share