ମୁମ୍ବାଇ, ୩୦।୪ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣର ୪୪ ତମ ମ୍ୟାଚ୍ରେ ଶନିବାର ରାଜସ୍ଥାନ ରୟାଲର୍ସ(ଆର୍ଆର୍) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍(ଏମ୍ଆଇ)ସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମହାରାଷ୍ଟ୍ର ମୁମ୍ବାଇର ଡ. ଡିଓ୍ବାଇ ପାଟିଲ ସ୍ପୋଟର୍ସ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଏମ୍ଆଇର ଅଧିନାୟକ ରୋହିତ ଶର୍ମା ଟସ ଜିଣିବା ପରେ ପ୍ରଥମେ ବୋଲିଂ କରିଥିବାବେଳେ ଆର୍ଆର୍ ଅଧିନାୟକ ସଞ୍ଜୁ ସାମସନ ନେତୃତ୍ୱରେ ଟିମ୍ ବ୍ୟାଟିଂ ଆରମ୍ଭ କରିଥିଲା। ଆର୍ଆର୍ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୫୮ ରନ୍ କରିଛି। ଫଳରେ ଏମ୍ଆଇ ପାଇଁ ୧୫୯ ରନ୍ର ବିଜୟ ଲକ୍ଷ୍ୟ ରହିଛି।
ଆର୍ଆର୍ ପକ୍ଷରୁ ଜୋସ୍ ବଟଲର ୫୨ ବଲ୍ରେ ୬୭ ରନ୍ କରିଥିବାବେଳେ ଦେବଦୁତ୍ ପାଦିକଲ୍ ୧୫ ବଲ୍ରେ ୧୫ ରନ୍ କରିଥିଲେ। ସଞ୍ଜୁ ସାମସନ ୭ ବଲ୍ରେ ୧୭ ରନ୍ କରିଥିଲେ। ଡାରିଏଲ୍ ମିଚେଲ ବଲ୍ରେ ରନ୍ କରିଥିଲେ। ସେହିପରି ରବିଚନ୍ଦ୍ରନ ଅଶ୍ୱିନୀ ୯ ବଲ୍ରେ ୨୧ ରନ୍ କରିଥିଲେ।