Categories: ଖେଳ

ପଞ୍ଚାବ ଆଗରେ ୧୭୫ ରନ୍‌ର ଟାର୍ଗେଟ୍‌

ମୋହାଲି,୨୦।୪: ମୋହାଲି ସ୍ଥିତ ପଞ୍ଜାବ କ୍ରିକେଟ ଆସୋସିଏଶନ ଆଇଏସ୍‌ ବିନ୍ଦ୍ରା ଷ୍ଟାଡିୟମରେ ଗୁରୁବାର ଖେଳାଯାଉଥିବା ଆଇପିଏଲ୍‌ର ୨୭ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ଅଧିନାୟକ ସାମ କୁରାନ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ବିରାଟ କୋହଲିଙ୍କ ନେତୃତ୍ୱଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଦଳର ଦୁଇ ଓପନର ଅଧିନାୟକ କୋହଲି ଏବଂ ଫାଫ ଡୁ ପ୍ଲେସିସଙ୍କ ଗୁରୁତ୍ୱପୂର୍ଣ୍ଣ ବ୍ୟାଟିଂ ବଳରେ ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୭୪ ରନ୍‌ କରିଛି। ଫଳରେ ପଞ୍ଜାବ ଆଗରେ ୧୭୫ ରନ୍‌ର ଟାର୍ଗେଟ୍‌ ରଖିଛି ବାଙ୍ଗାଲୋର।

ଦଳର ଦୁଇ ଓପନର ବିରାଟ, ଡୁପ୍ଲେସିସ୍‌ଙ୍କ ବ୍ୟାଟିଂ କରିବାକୁ ଆସି ୧୩୭ ରନ୍‌ର ଦମ୍‌ଦାର ଷ୍ଟାଟ୍‌ ଦେଇଥିଲେ। ଅଧିନାୟକ ବିରାଟ ୪୭ ବଲ୍‌ରେ (୫ ଚୌକ୍କା ଏବଂ ୧ ଛକ୍କ) ୫୯ ରନ୍‌ କରିଥିଲେ। ସେହିପରି ଫାଫ ଡୁପ୍ଲେସିସ୍‌  ୫୬ ବଲ୍‌ରେ(୪ ଚୌକ୍କା ଏବଂ ୫ ଛକ୍କା) ୮୪ ରନ୍‌ର ବିସ୍ଫୋରକ ଇନିଂସ୍‌ ଖେଳିଥିଲେ। ଏକ ବିଶାଳ ସ୍କୋର ଆଡକୁ ଅର୍ଗସର ହେଉଥିବା ବାଙ୍ଗାଲୋର କିନ୍ତୁ ଶେଷ ୫ ଓଭରରେ ବ୍ୟାଟିଂ ବିଫଳ ହୋଇଥିଲା। ପଞ୍ଜାବର ମାପଚୁପ୍‌ ବୋଲିଂ ଯୋଗୁ ଗ୍ଲେନ୍‌ ମ୍ୟାକ୍ସୱେଲ ଖାତା ଖୋଳି ନ ପାରି ଆଉଟ୍‌ ହୋଇଥିବା ବେଳେ ଦୀନେଶ କାର୍ତ୍ତିକ ୭ ରନ୍‌ କରିବାରେ ସକ୍ଷମ ହୋଇଥିଲେ। ସେହିପରି ମହିପାଲ ଲୋମୋର ୭ ରନ୍‌ କରିଥିବା ବେଳେ ଶାହାବାଜ ଅହମ୍ମଦ ୫ ରନ୍‌ କରି ନଟ୍‌ ଆଉଟ୍‌ ରହିଥିଲେ। ଫଳରେ ବାଙ୍ଗାଲୋର ୧୭୪ ରନ୍‌ କରିବାରେ ସକ୍ଷମ ହୋଇଥିଲା। ପଞ୍ଜାବର ହରପ୍ରୀତ ବ୍ରା ୨ ଉଇକେଟ ନେଇଥିବା ବେଳେ ଅର୍ଶଦୀପ ସିଂ ଏବଂ ନାଥାନ ଏଲିସ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିବା ସକ୍ଷମ ହୋଇଥିଲେ।

 

Share