Categories: ଖେଳ

ଗୁଜରାଟ ଆଗରେ ୧୭୯ ରନ୍‌ର ଟାର୍ଗେଟ୍‌

ଅହମଦାବାଦ,୩୧।୩: ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ୍‌ ଷ୍ଟାଡିୟମରେ ଆଇପିଏଲ୍‌ର ୧୬ତମ ସଂସ୍କରଣର ଶୁକ୍ରବାର ଉଦ୍‌ଘାଟନୀ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ୍‌ ପାଣ୍ଡ୍ୟା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୭୮ ରନ୍‌ କରିଛି। ଫଳରେ ଗୁଜରାଟ ଆଗରେ ୧୭୯ ରନ୍‌ର ବିଜୟଲକ୍ଷ୍ୟ ରଖିଛି ଚେନ୍ନାଇ।

ଚେନ୍ନାଇର ଦୁଇ ଓପ୍‌ନର ଡେଭନ୍‌ କନ୍‌ଓ୍ବେ ଏବଂ ଋତୁରାଜ ଗାଏକ୍ୱାଡ୍‌ ବ୍ୟାଟିଂ କରିବାକୁ ଆସି ପ୍ରାରମ୍ଭିକ ଆରମ୍ଭ ଦେଇଥିଲେ। ହେଲେ ଦଳୀୟ ସ୍କୋର ୧୪ ରନ୍‌ରେ ଡେଭନ୍‌ କନ୍‌ଓ୍ବେ ୧ ରନ୍‌ କରି ଆଉଟ ହୋଇଯାଇଥିଲେ। ଋତୁରାଜ ଗାଏକ୍ୱାଡ୍‌ ଧୈର୍ଯ୍ୟର ସହ ବ୍ୟାଟିଂ କରି ୫୦ ବଲ୍‌ (୪ ଚଉକା ଏବଂ ୯ ଛକା)ରେ ୯୨ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଏପରି କି ମୋଇନ ଅଲୀ ୨୩ ରନ୍‌ କରିଥିବା ବେଳେ ବେନ୍‌ ଷ୍ଟୋକ୍ସ ୭ ରନ୍‌ କରି ଆଉଟ୍‌ ହୋଇଥିଲେ। ଅମ୍ବାତି ରାୟିଡୁ ୧୨ ରନ୍‌ କରିଥିବା ବେଳେ ଶେଷବେଳକୁ ଅଧିନାୟକ ମହେନ୍ଦ୍ର ସିଂ ଧୋନି ୭ ବଲ୍‌ରେ ୧ ଚଉକା ଏବଂ ୧ ଛକା ସହାୟତାରେ ୧୪ ରନ୍‌କରି ନଟ୍‌ଆଉଟ୍‌ ରହିଥିଲେ। ଫଳରେ ଚେନ୍ନାଇ ୧୭୮ ରନ୍‌ କରିବାରେ ସକ୍ଷମ ହୋଇଥିଲା।

ଗୁଜରାଟ ପକ୍ଷରୁ ମହମ୍ମଦ ଶାମି ୨ ଉଇକେଟ ନେଇଥିବା ବେଳେ ରଶିଦ୍‌ ଖାନ୍‌ ଏବଂ ଆଲଜାରି ଯୋଶେଫ୍‌ ୨ଟି ଉଇକେଟ ନେବାରେ ସକ୍ଷମ ହୋଇଥିଲେ।

Share