Categories: ଖେଳ

ଗୁଜରାଟ ଆଗରେ ୧୯୮ ରନ୍‌ର ଟାର୍ଗେଟ୍‌

ବେଙ୍ଗାଲୁରୁ,୨୧ା୫: ଆଇପିଏଲ୍‌ରେ ଆଉ ଏକ ଶତକ ହାସଲ କରିଛନ୍ତି ବିରାଟ କୋହଲି। ରବିବାର ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚରେ କୋହଲି କ୍ୟାରିୟରର ସପ୍ତମ ଶତକ ହାସଲ କରିଛନ୍ତି। କୋହଲିଙ୍କ ୧୦୧ ରନ୍‌ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ୨୦ ଓଭରରେ ୫ ଉଇକେଟ ହରାଇ ୧୯୭ ରନ୍‌ ସଂଗ୍ରହ କରିଛି।

ବର୍ଷା କାରଣରୁ ମ୍ୟାଚ୍‌ ଏକ ଘଣ୍ଟା ବିଳମ୍ବରେ ହୋଇଥିଲା। ଆରସିବି ପ୍ରଥମେ ବ୍ୟାଟିଂ କରିଥିଲା। ବିରାଟ କୋହଲି ଓ ଫାଫ୍‌ ଡୁ ପ୍ଲେସି ପ୍ରଥମ ଉଇକେଟରେ ୬୭ ରନ୍‌ ଯୋଡିଥିଲେ। ଫାଫ୍‌ ଡୁ ପ୍ଲେସି ୨୮ ରନ୍‌ କରି ଆଉଟ ହୋଇଥିବା ବେଳେ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ୧୧ ଓ ମହିପାଲ ଲୋମରୋର ୧ ରନ୍‌ କରି ଆଉଟ ହୋଇଥିଲେ। ୮୫ ରନ୍‌ରେ ଦଳ ୩ ଉଇକେଟ ହରାଇ ସଙ୍କଟରେ ପଡିଥିଲା। ହେଲେ ମାଇକେଲ ବ୍ରେସଓ୍ବେଲ ୨୬ ରନ୍‌ କରି କୋହଲିଙ୍କ ସହିତ ୪୭ ରନ୍‌ ଯୋଡିଥିଲେ। ପରବର୍ତ୍ତୀ ବ୍ୟାଟର ଦୀନେଶ କାର୍ତ୍ତିକ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଥିଲେ। ତେବେ ବିରାଟ କୋହଲି ଧର୍ଯ୍ୟର ସହ ଲଢେଇ କରି ମହତ୍ତ୍ୱପୂର୍ଣ୍ଣ ଶତକ ହାସଲ କରିଥିଳେ। ଏହା ଥିବା କୋହଲିଙ୍କ ଆଇପିଏଲ୍‌ କ୍ୟାରିୟରର ସପ୍ତମ ଶତକ। କୋହଲି ୬୧ ବଲ୍‌ ଖେଳି ୧୩ ଚୌକା ଓ ୧ ଛକା ସହିତ ୧୦୧ ରନ୍‌ କରି ଅପରାଜିତ ରହିଥିଲେ। ଫଳରେ ଆର୍‌ସିବି ୧୯୭ ରନ୍‌ କରିବାରେ ସକ୍ଷମ ହୋଇଥିଲା।

Share