Categories: ଖେଳ

ପଞ୍ଜାବ ଆଗରେ ୨୧୪ ରନ୍‌ର ଟାର୍ଗେଟ୍‌

ଧର୍ମଶାଳା,୧୭।୫: ଧର୍ମଶାଳା ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଆଇପିଏଲର ୬୪ତମ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ନିର୍ଦ୍ଧାରିତ ୨୦ ଓଭରରେ ୨ ଉଇକେଟ ହରାଇ ୨୧୩ ରନ୍‌ କରିଛି। ଫଳରେ ପଞ୍ଜାବ ଆଗରେ ୨୧୪ ରନ୍‌ର ବିଶାଳ ଟାର୍ଗେଟ୍‌ ରଖିଛି ଦିଲ୍ଲୀ।

ଅଧିନାୟକ ଶିଖର ଧାଓ୍ବନ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ବ୍ୟାଟିଂ କରିଥିଲା। ଦଳର ଦୁଇ ଓପନର ଡେଭିଡ୍‌ ଓ୍ବାର୍ନର ଏବଂ ପୃଥ୍ବୀ ସ ପ୍ରାରମ୍ଭିକ ଷ୍ଟାଟ ଦେଇଥିଲେ। ଦୁହେଁ ଦଳ ପାଇଁ ୯୪ ରନ୍‌ ଯୋଡି ଥିଲେ। ଡାଭିଡ୍‌ ଓ୍ବାନର ୩୧ ବଲ୍‌ରେ(୫ ଚୌକା ଏବଂ ୨ ଛକା) ୪୬ ରନ୍‌ କରିଥିବା ବେଳେ ପୃଥ୍ବୀ ସ ୩୮ ବଲ୍‌ରେ(୭ ଚୋକା ଏବଂ ୧ ଛକା) ୫୪ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଥିଲେ। ଏପରିକି ରିଲି ରୋଷୋ ୩୭ ବଲ୍‌ରେ (୬ ଚୌକା ଏବଂ ୬ ଛକା ) ଧୂଆଁଧାର ୮୨ ରନ୍‌ କରିଥିଲେ। ଫିଲିପ୍‌ ସଲ୍ଟ ୧୪ ବଲ୍‌ରେ (୨ ଚୋକା ଏବଂ ୨ ଛକା) ୨୬ ରନ୍‌ର ମହତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଥିଲେ। ଫଳରେ ଦିଲ୍ଲୀ ୨୧୩ ରନ୍‌ କରିବାରେ ସକ୍ଷମ ହୋଇଥିଲା। ପଞ୍ଜାବର ସାମ କୁରନ୍‌ ୨ ଉଇକେଟ୍‌ ନେଇଥିଲେ।

Share