ଆଣ୍ଟିଗୁଆ, ୫।୨ : ଅଣ୍ଡର-୧୯ ବିଶ୍ୱକପ୍ ଫାଇନାଲ୍ରେ ଭାରତ ପ୍ରଥମେ ବୋଲିଂ କରି ଇଂଲଣ୍ଡ ଦଳକୁ ୧୮୯ ରନ୍ରେ ସୀମିତ ରଖିଛି। ଇଂଲଣ୍ଡ ଟିମ୍ ୪୪.୫ ଓଭରରେ ଅଲ୍ ଆଉଟ୍ ହୋଇଛି। ଏହାର ରନ୍ ରେଟ୍ ଓଭର ପିଛା ୪.୨୨ ରହିଛି। ଏବେ ଭାରତୀୟ ଟିମ୍ ଆଗରେ ୧୯୦ର ବିଜୟ ଲକ୍ଷ୍ୟ ରହିଛି।
ଆଣ୍ଟିଗୁଆର ସାର୍ ଭିଭିଆନ୍ ରିଚାର୍ଡସ୍ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଇଂଲଣ୍ଡ ଅଧିନାୟକ ଟମ୍ ପ୍ରେଷ୍ଟ୍ ଟସ୍ ଜିଣିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତିି ଗ୍ରହଣ କରିଥିଲେ। ଭାରତୀୟ ଅଧିନାୟକ ୟଶ୍ ଧୁଲଙ୍କ ନେତୃତ୍ୱରେ ଭାରତୀୟ ବୋଲର ଇଂଲଣ୍ଡ ଟିମ୍କୁ କମ୍ ରନ୍ରେ ସୀମିତ ରଖିବାର ଉଦ୍ୟମ ଆରମ୍ଭ କରିଥିଲେ। ଭାରତୀୟ ଟିମ୍କୁ ମୂଳରୁ ସଫଳତା ମିଳିବା ଆରମ୍ଭ କରିଥିବାବେଳେ ଇଂଲଣ୍ଡ ଟିମ୍ ବିପର୍ଯ୍ୟୟର ଶିକାର ହୋଇଥିଲା।