ନୂଆଦିଲ୍ଲୀ,୧୭।୨: ୨୦୨୩ ଶେଷ ସୁଦ୍ଧା ଟୁଇଟରକୁ ଅର୍ଥନୈତିକ କ୍ଷେତ୍ରରେ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଏଲନ୍ ମସ୍କ କହିଛନ୍ତି। ଏଥିପାଇଁ କମ୍ପାନୀ ଖର୍ଚ୍ଚକୁ ହ୍ରାସ କରୁଥିବା ଜଣାପଡିଛି।
ଇତିମଧ୍ୟରେ ଟୁଇଟର ମାଲିକ ଏଲନ୍ ମସ୍କ ଭାରତରେ ଥିବା ୩ଟି କାର୍ଯ୍ୟାଳୟ ମଧ୍ୟରୁ ଦିଲ୍ଲୀ ଏବଂ ମୁମ୍ବାଇରେ ଥିବା ୨ଟି ଅଫିସକୁ ବନ୍ଦ କରି ଦେଇଛନ୍ତି। ଏପରିକି ଅଫିସର କର୍ମଚାରୀମାନଙ୍କୁ ଘରକୁ ପଠାଇଦେଇଛନ୍ତି। କର୍ମଚାରୀମାନଙ୍କୁ ଘରେ ରହି କାମ କରିବାକୁ ମସ୍କ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏଲନ୍ ମସ୍କ ଟୁଇଟର କିଣିବା ପରେ କର୍ମଚାରୀ ସଂଖ୍ୟା ହ୍ରାସ କରିବେ ବୋଲି ସୂଚନା ଦେଇଥିଲେ। ଅନ୍ୟପକ୍ଷେ ବେଙ୍ଗାଲୁରୁରେ ଥିବା ଟୁଇଟର କାର୍ଯ୍ୟାଳୟ ଚାଲୁ ରହିବ ବୋଲି ଜଣାପଡିଛି।