ଟାର୍ଗେଟରେ ଥିଲେ ଯବାନ: ସୀମାନ୍ତରୁ ମିଳିଲା ୪ ଆଇଇଡି ବୋମା

ମାଲକାନଗିରି,୯ା୧(ଦୁର୍ଯ୍ୟୋଧନ ପତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ୪ ଆଇଇଡି ବୋମା ଜବତ କରି ଯବାନମାନେ ନିଷ୍କ୍ରିୟ କରିଛନ୍ତି।

ଛତିଶଗଡ ବିଜାପୁର ଜିଲାର ଧର୍ମରାମ ଏବଂ ଚିନ୍ତଗୁଫା ମଧ୍ୟରେ ସିଆରପିଏଫ ଓ ବିଡିଏସ୍‌ର ଯବାନ ସର୍ଚ୍ଚ ଅପରେଶନ କରୁଥିବା ବେଳେ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ୪ଟି ଆଇଇଡି ବୋମା ଲଗାଇଥିଲେ। ଏହାକୁ ଯବାନଠାବ କରି ନିଷ୍କ୍ରିୟ କରିଥିଲେ। ସମ୍ପୃକ୍ତ ଅଞ୍ଚଳରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନକୁ ଜୋରଦାର କରଯାଇଛି।

Share