ଭୁବନେଶ୍ୱର,୩।୫: ଖବରଦାତା ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରେସମିଟ୍ରେ ନାଁ ନ ନେଇ ସେ ନବୀନ ସରକାରଙ୍କୁ ଜବାବ ମାଗିଛନ୍ତି। ସେ କହିଛନ୍ତି, ଓଡ଼ିଆ ଅସ୍ମିତା ଉପରେ ଆଜି ପ୍ରଶ୍ନ ଚିହ୍ନ ଲାଗିଛି । ନେତୃତ୍ୱ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ କଣ କେହି ମିଳୁନାହାନ୍ତି। ନିଜ ଦଳରେ କୌଣସି ମନ୍ତ୍ରୀ, ବିଧାୟକ କଣ ତାଙ୍କୁ ମିଳିଲେ ନାହିଁ ।
ଗୋଟେ ଅଫିସରଙ୍କ କୋଟେରୀକୁ ଶାସନ ପାଇଁ ଦାୟିତ୍ୱ ଦେଇଦେଲେ। ରଥଯାତ୍ରା ନ କରିବାକୁ କିଏ ସୁପ୍ରିମକୋର୍ଟରେ ମାମଲା କରିଥିଲା। ସୁପ୍ରିମକୋର୍ଟରେ ସରକାରଙ୍କ ସତ୍ୟପାଠ କଣ ରହିଥିଲା। ମୁଖ୍ୟମନ୍ତ୍ରୀଙ୍କର ନୈତିକତା ଥିଲେ, ନିଜେ ଏହାର ଉତ୍ତର ରଖନ୍ତୁ ବୋଲି ରାଜ୍ୟ ସରକାରଙ୍କୁ ସେ ଟାର୍ଗେଟ କରିଛନ୍ତି।