Categories: ଜାତୀୟ

ଚନ୍ଦ୍ରଚୂଡଙ୍କୁ ଟାର୍ଗେଟ କଲେ ଉଦ୍ଧବ ଠାକରେ, କହିଲେ ନ୍ୟାୟ ଦେବା ବଦଳରେ…

ନୂଆଦିଲ୍ଲୀ,୧୭।୧୧: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଡି ଓ୍ବାଇ ଚନ୍ଦଚୂଡଙ୍କୁ ଟାର୍ଗେଟ କରିଛନ୍ତି। ଏକ ଜାତୀୟ ଗରମାଧ୍ୟମକୁ ସାକ୍ଷାତକାର ଦେଇ ସେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଚନ୍ଦ୍ରଚୂଡଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଚନ୍ଦ୍ରଚୂଡ ନ୍ୟାୟ ଦେବା ପରିବର୍ତ୍ତେ ଅଧିକ ବୟାନବାଜି କରୁଥିଲେ। ଉଦ୍ଧବଙ୍କ ଏହି ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ଉଦ୍ଧବ ଆହୁରି କହିଛନ୍ତି, ଶିବସେନା ବିଧାୟକଙ୍କ ଅଯୋଗ୍ୟତା ମାମଲାରେ ଚନ୍ଦ୍ରଚୂଡ ନିଜର ନିଷ୍ପତ୍ତି ଶୁଣାଇ ନ ଥିଲେ। ଯାହାକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଚନ୍ଦ୍ରଚୂଡ ସାହେବ ନ୍ୟାୟ ଦେବା ପରିବର୍ତ୍ତେ ଟିପ୍ପଣୀକାର ହୋଇଯାଇଥିଲେ। ସେ ନ୍ୟାୟଧିଶଙ୍କ ସ୍ଥାନରେ ଯଦି ଆଇନ୍‌ ଶିକ୍ଷକ ହୋଇଥାନ୍ତେ ତେବେ ତାଙ୍କୁ ଅଧିକ ପ୍ରସିଦ୍ଧି ମିଳିଥାନ୍ତା ବୋଲି ଉଦ୍ଧବ କହିଛନ୍ତି।

ଉଦ୍ଧବ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପ୍ରସଙ୍ଗକୁ ନେଇ ମଧ୍ୟ ମୁହଁ ଖୋଲିଛନ୍ତି। ସେ ସ୍ପଷ୍ଟ କରି କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁନାହିଁ। ଯେଉଁମାନେ ମହାରାଷ୍ଟ୍ରକୁ ଶୋଷଣ କରୁଛନ୍ତି ସେମାନଙ୍କୁ ପରାଜିତ କରିବା ମୋର ପ୍ରାଥମିକତା। ଅମିତ ଶାହା ବର୍ତ୍ତମାନ ଦେବେନ୍ଦ୍ର ଫଡନାଭିସଙ୍କୁ ସମ୍ଭାବିତ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛନ୍ତି। କ’ଣ ଏକନାଥ ଶିନ୍ଦେ ଓ ଅଜିତ ପାଓ୍ବାର ଏହାକୁ ଗ୍ରହଣ କରୁଛନ୍ତି?

Share