Categories: ଜାତୀୟ

ଟାର୍ଗେଟ୍‌ କିଲିଂ, ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କଲେ ଆତଙ୍କବାଦୀ…

ଶ୍ରୀନଗର, ୨।୬ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ଟାର୍ଗେଟ କିଲିଂ ଜାରି ରଖିଛନ୍ତି। ଗୁରୁବାର ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। କୁଲଗାମ୍‌ର ଆରେହ ଗାଁରେ ଏହି ଘଟଣା ଘଟିଛି। ଆତଙ୍କବାଦୀମାନେ ବ୍ୟାଙ୍କରେ ପଶି ଏହି କାଣ୍ଡ ଭିଆଇଛନ୍ତି।

ଗୁଳି କରିବା ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ବ୍ୟାଙ୍କ ମ୍ୟାନେଜର ବିଜୟ କୁମାରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୂ ସୂଚନା ପ୍ରଦାନ କରାଯାଇଛି। ୪ ଦିନ ପୂର୍ବରୁ ସେ ଇଲାକାଇ ଦେହାତି ବ୍ୟାଙ୍କରେ ମ୍ୟାନେଜର ଭାବେ ନିଜ ଦାୟିତ୍ୱ ସମ୍ଭାଳି ଥିଲେ।

ଏହି ଘଟଣା ପରେ ସୁରକ୍ଷାକର୍ମୀ ସମଗ୍ର ଅଞ୍ଚଳରେ ଘେରାବନ୍ଦୀ କରି ଆତଙ୍କବାଦୀଙ୍କ ସନ୍ଧାନ ଜାରି ରଖିଛନ୍ତି।

Share