Categories: ଜାତୀୟ

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ମମତା, କହିଲେ ସାହସ କରନ୍ତୁ ନାହିଁ…

କୋଲକାତା, ୪।୫: ଦିଲ୍ଲୀର ଯନ୍ତରମନ୍ତରରେ କୁସ୍ତିଯୋଦ୍ଧାମାନେ ବ୍ରିଜ ଭୂଷଣଙ୍କ ବିରୋଧରେ କରୁଥିବା ପ୍ରଦର୍ଶନକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମର୍ଥନ କରିଛନ୍ତିି। ଏହି ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ଟ୍ବିଟ୍‌ କରି କହିଛନ୍ତି , ଦେଶର ଝିଅମାନଙ୍କ ସମ୍ମାନକୁ କ୍ଷତି ପହଞ୍ଚାଇବା ଅତ୍ୟନ୍ତ ଲଜ୍ଜାଜନକ । ଦେଶ ତାର ଝିଅମାନଙ୍କ ସହିତ ସବୁବେଳେ ଛିଡା ହୋଇଛି ଏବଂ ମୁଁ ଜଣେ ମଣିଷ ଭାବରେ ଆମର କୁସ୍ତିଯୋଦ୍ଧାଙ୍କ ସପକ୍ଷରେ ଅଛିି। ନିୟମ ସମସ୍ତଙ୍କ ପାଇଁ ଗୋଟିଏ। ଶାସକଙ୍କ ନିୟମ ଏହି କୁସ୍ତିଯୋଦ୍ଧାଙ୍କ ସମ୍ମାନକୁ କ୍ଷତି ପହଞ୍ଚାଇ ପାରିବ ନାହିଁ। ଆପଣ ସେମାନଙ୍କ ଉପରେ ଆକ୍ରମଣ କରିପାରିବେ, କିନ୍ତୁ ସେମାନଙ୍କ ମନୋବଳକୁ ଭାଙ୍ଗି ପାରିବେ ନାହିଁ। ଏହି ଯୁଦ୍ଧ ନ୍ୟାୟରେ ହେଉଛି ତେଣୁ ଏହା ଆଗକୁ ଜାରି ରହିବ।

ମମତା ଆହୁରି କହିଛନ୍ତି ଯେ, ଆମର କୁସ୍ତିଯୋଦ୍ଧାଙ୍କୁ ଆଘାତ କରିବାକୁ ସାହସ କରନ୍ତୁ ନାହିଁ। ଦେଶ ସେମାନଙ୍କ ଲୁହକୁ ଦେଖୁଛି। ଦେଶ ଆପଣଙ୍କୁ କେବେ ବି କ୍ଷମା କରିବ ନାହିଁ।

Share