ରାଷ୍ଟ୍ରପତିଙ୍କ ହେଲିକପ୍ଟରକୁ ଟାର୍ଗେଟ

କଲମ୍ବିଆ ରାଷ୍ଟ୍ରପତି ଇଭାନ ଡ୍ୟୁକ ଯାତ୍ରା କରୁଥିବା ହେଲିକପ୍ଟର ଉପରେ ଶୁକ୍ରବାର ଆକ୍ରମଣ ହୋଇଛି। କାଟାଟୁମ୍ବୋ ଅଞ୍ଚଳ ଦେଇ ନର୍ଟେ ଡି ସାଣ୍ଟାଣ୍ଡର ପ୍ରଦେଶର ରାଜଧାନୀ କୁକୁଟା ସହର ଅଭିମୁଖେ ରାଷ୍ଟ୍ରପତିଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ, ଗୃହ ମନ୍ତ୍ରୀ ଯାଉଥିବାବେଳେ ହେଲିକପ୍ଟର ଉପରକୁ ଏକାଧିକ ଗୁଳିମାଡ଼ ହୋଇଥିଲା। ଆକ୍ରମଣକୁ ‘ଭୀରୁତା ପୂର୍ଣ୍ଣ’ ବୋଲି କହିବା ସହ ସମସ୍ତେ ସୁରକ୍ଷିତ ଥିବା ଇଭାନ ଏକ ବିବୃତି ଜାରି କରିଛନ୍ତି। ଏହାଦ୍ୱାରା ଡ୍ରଗ୍ସ କାରବାର, ଆତଙ୍କବାଦ ତଥା ସଂଗଠିତ ଅପରାଧ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦୁର୍ବଳ ହେବନାହିଁ ବୋଲି ସେ କହିଛନ୍ତି। ଆକ୍ରମଣକାରୀଙ୍କୁ ଠାବ କରିବାକୁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଛନ୍ତି।

Share