ନୂଆଦିଲ୍ଲୀ,୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶଦାତା ଭାବେ ପେଟ୍ରୋଲିୟମ ମନ୍ତ୍ରଣାଳୟର ପୂର୍ବତନ ସଚିବ ତରୁଣ କପୁର ସୋମବାର ନିଯୁକ୍ତି ପାଇଛନ୍ତି। କ୍ୟାବିନେଟ କମିଟିର ନିଷ୍ପତ୍ତିକ୍ରମେ ଆଜି ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି। ସଚିବ ପାହ୍ୟା ଅଧିକାରୀ ଭାବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସେ କାମ କରିବେ। ଦାୟିତ୍ୱ ନେବାର ୨ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ଏହି ପଦରେ କାମ କରିବାକୁ ପଡ଼ିବ ବୋଲି ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।
ହିମାଚଳ ପ୍ରଦେଶର ଆଇଏଏସ କ୍ୟାଡର ହେଉଛନ୍ତି ତରୁଣ କପୁର। ସେ ୨୦୨୧ ନଭେମ୍ବର ୩୦ରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ସଚିବ ହୋଇଥିଲେ। ଏବେ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି।