Categories: ଜାତୀୟ

ତରୁଣ କପୁର ହେଲେ ପ୍ରଧାନମନ୍ତ୍ରୀଙ୍କ ଉପଦେଷ୍ଟା

ନୂଆଦିଲ୍ଲୀ,୩।୫: ପୂର୍ବତନ ପେଟ୍ରୋଲିୟମ ସଚିବ ତରୁଣ କପୁରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପଦେଷ୍ଟା ଭାବେ ସୋମବାର ନିଯୁକ୍ତି ପ୍ରଦାନ କରାଯାଇଛି। ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ଉପଦେଷ୍ଟା ଭାବେ କପୁରଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି। ଏହି ପଦବୀ ଭାରତ ସରକାରଙ୍କ ସଚିବ ପାହ୍ୟାର। ୧୯୮୭ ବ୍ୟାଚ୍‌ର ହିମାଚଳପ୍ରଦେଶ କ୍ୟାଡର ଆଇଏଏସ୍‌ ଅଫିସର କପୁର ଉକ୍ତ ପଦବୀରେ ଦୁଇବର୍ଷ ପାଇଁ କାର୍ଯ୍ୟ କରିବେ। ସେ ୨୦୨୧ ନଭେମ୍ବର ୩୦ରେ ପେଟ୍ରୋଲିୟମ ମନ୍ତ୍ରଣାଳୟର ସଚିବ ଭାବେ ଅବସର ଗ୍ରହଣ କରିଥିଲେ। ବରିଷ୍ଠ ପ୍ରଶାସନିକ ଅଧିକାରୀ ହରି ରଞ୍ଜନ ରାଓ ଏବଂ ଅତିଶ ଚନ୍ଦ୍ରାଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି। ୧୯୯୪ ବ୍ୟାଚ୍‌ର ମଧ୍ୟପ୍ରଦେଶ କ୍ୟାଡର ଆଇଏଏସ୍‌ ଅଫିସର ରାଓ ଏବେ ଟେଲିକମ୍ୟୁନିକେଶନ ବିଭାଗର ୟୁନିଭର୍ସାଲ ସର୍ଭିସେସ୍‌ ଅବ୍ଲିଗେଶନ ଫଣ୍ଡ୍‌ର ପ୍ରଶାସକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ବ୍ୟାଚ୍‌ମେଟ୍‌ ତଥା ବିହାର କ୍ୟାଡର ଆଇଏଏସ୍‌ ଅଫିସର ଚନ୍ଦ୍ରା ଏବେ ଭାରତର ଖାଦ୍ୟ ନିଗମ, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅଛନ୍ତି।

Share