ତରୁଣ ଖୁଲ୍‌ବେ ଜେଏସ୍‌ଏଲ୍‌ର ନୂଆ ସିଇଓ

ଯାଜପୁର,୨୩।୧ (ହର୍ଷବର୍ଦ୍ଧନ ବେହେରା): ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ (ଜେଏସ୍‌ଏଲ୍‌)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ କମ୍ପାନୀର ବରିଷ୍ଠ ଅଧିକାରୀ ତରୁଣ ଖୁଲ୍‌ବେଙ୍କୁ ନିଯୁକ୍ତି ଦିଆଯାଇଛି। ବିଶେଷକରି କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳୀ ଖୁଲ୍‌ବେଙ୍କର ସିଇଓ ଏବଂ ସମ୍ପୂର୍ଣ୍ଣ ଅବଧି ନିର୍ଦ୍ଦେଶକର ପଦୋନ୍ନତିକୁ ଅନୁମୋଦନ କରିଛନ୍ତି। ଏପରିକି ଗତ ସପ୍ତାହରେ ଅନୁଷ୍ଠିତ ହୋଇଥିବା ନିର୍ଦ୍ଦେଶକମଣ୍ଡଳୀ ବୈଠକରେ ବୃତ୍ତିଗତ ଭାବେ ପରିଚାଳିତ ତଥା ଏକୀକୃତ ସଂଗଠନ ଗଠନ କରିବାର ଆଭିମୁଖ୍ୟରେ ବୋର୍ଡ ଉକ୍ତ ନିଷ୍ପତ୍ତି ଗ୍ରହଣ କରିଛି। ସେହିଭଳି ବୋର୍ଡ ଖୁଲ୍‌ବେଙ୍କ ଅତୁଳନୀୟ ନେତୃତ୍ୱ ଦକ୍ଷତା, ରଣନୀତିକ ଦୃଷ୍ଟିକୋଣ ଏବଂ କମ୍ପାନୀର ମୂଳ ମୂଲ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବକୁ ସ୍ବୀକୃତି ଦେଇଛି। କମ୍ପାନୀ ପରବର୍ତ୍ତୀ ପର୍ଯ୍ୟାୟର ଅଭିବୃଦ୍ଧି ଏବଂ ବିସ୍ତାରରେ ପ୍ରବେଶ କରିବାକୁ ଯାଉଛି, ଯାହା ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲଙ୍କ ରଣନୀତିକ ଦୃଷ୍ଟିକୋଣର ବର୍ଦ୍ଧିତ ଯୋଗଦାନକୁ ଆବଶ୍ୟକ କରିଥାଏ। ୨୦୧୮ ମେ ଠାରୁ ଖୁଲ୍‌ବେ କମ୍ପାନୀର ସମ୍ପୂର୍ଣ୍ଣ ଅବଧି ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଆସୁଛନ୍ତି ଓ କର୍ପୋରେଟ୍‌ ବ୍ୟାପାର, ବିକ୍ରୟ ଏବଂ ମାର୍କେଟିଂ, ରଣନୀତିକ ପଦକ୍ଷେପ ସହ ସବସିଡିଆରି କମ୍ପାନୀଗୁଡ଼ିକ ପାଇଁ ମଧ୍ୟ ସେ ବେଶ୍‌ ଜଣାଶୁଣା ହୋଇଥିଲାବେଳେ ସିଇଓ ବ୍ୟତୀତ ସେ ଉପରୋକ୍ତ ପଦବୀରେ ମଧ୍ୟ ରହିବେ। ସେହିପରି ପ୍ରାୟ ୩୫ବର୍ଷର ଅଭିଜ୍ଞ ଖୁଲ୍‌ବେ ବ୍ୟବସାୟ ବିସ୍ତାର ଏବଂ ଜେଏସ୍‌ଏଲ୍‌ର ଲାଭଜନକ ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏପରିକି ଜେଏସ୍‌ଏଲ୍‌ରେ ତାଙ୍କର ପ୍ରାୟ ୨୦ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ଅପରେଶନ୍‌, ବ୍ୟବସାୟ ବିକାଶ, ଯୋଗାଣ ଶୃଙ୍ଖଳା ପରିଚାଳନା ଏବଂ ଆଇଟି ସାମର୍ଥ୍ୟର ସମସ୍ତ କ୍ଷେତ୍ରରେ ୩୬୦-ଡିଗ୍ରୀ ଅଭିଜ୍ଞତା ହାସଲ କରିଛନ୍ତି। ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍‌ଲେସର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଖୁଲ୍‌ବେ ସିଇଓ ପଦ ପାଇଁ ଉପଯୁକ୍ତ ପସନ୍ଦ ହୋଇଥିବାବେଳେ ଦୀର୍ଘକାଳୀନ ବ୍ୟବସାୟ ରଣନୀତି ପ୍ରସ୍ତୁତ କରିବା ସହିତ କାର୍ଯ୍ୟ ଏବଂ ବିକ୍ରୟର ସମସ୍ତ ଦିଗକୁ ସୁଦୃଢ କରିବାରେ ତାଙ୍କର ଅଭିଜ୍ଞତା ବେଶ୍‌ ପ୍ରଶଂସନୀୟ ରହିଛି। ସେହିଭଳି ତରୁଣ ଖୁଲ୍‌ବେ କହିଛନ୍ତି, ଏଭଳି ଏକ ସମ୍ମାନଜନକ ସଙ୍ଗଠନର ନେତୃତ୍ୱ ନେବାକୁ ସକ୍ଷମ ହେବା ଗର୍ବର ବିଷୟ ହୋଇଥିବାବେଳେ ଏଠାରେ ମୋର ଗତ ଦୁଇ ଦଶନ୍ଧିର ଯାତ୍ରା ପ୍ରେରଣାଦାୟକ ଏବଂ ସମୃଦ୍ଧ ରହିଛି। ଉଲ୍ଲେଖଯୋଗ୍ୟ, ୨୦୦୪ ଅକ୍ଟୋବରରେ ହରିୟାଣାର ହିସାରଠାରେ ଥିବା କମ୍ପାନୀର କୋଲ୍ଡ ରୋଲିଂ ମିଲ୍‌ ପାଇଁ ଖୁଲ୍‌ବେ ଜେନେରାଲ୍‌ ମ୍ୟାନେଜର ଭାବେ ଯୋଗ ଦେଇଥିଲେ। ଖୁଲ୍‌ବେ ଏମ୍‌ଆଇଟିଏସ୍‌ ଗ୍ବାଲିୟରର ଇଞ୍ଜିନିୟରିଂ ସ୍ନାତକ ଏବଂ ମୁମ୍ବାଇର ଯମୁନାଲାଲ ବଜାଜ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ ଷ୍ଟଡିଜରୁ ଏମ୍‌ବିଏ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

ତନିସ୍କର ସ୍ବତନ୍ତ୍ର ଅଫର୍‌: ସୁନା-ହୀରା ମୂଲ୍ୟରେ…

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଟାଟାର  ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩ଟି  ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଶୁକ୍ରବାର ଭୁବନେଶ୍ୱରର ପାତ୍ରପଡ଼ା ଓ...

୨୫ ରାଜ୍ୟ, ୧୩ ଦେଶର ଉତ୍ପାଦ ଗୋଟିଏ ସ୍ଥାନରେ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦଶମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୪ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଶୁକ୍ରବାର ଉଦ୍‌ଘାଟନ ହୋଇଯାଇଛି। ଏହି ମେଳାର...

ଓଡ଼ିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ:୨ ଲକ୍ଷ ନୂଆ ନିଯୁକ୍ତି ଆଶା

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ବେଦାନ୍ତ ଗତ ୨୦ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିବା ସହ ରାଜ୍ୟରେ ୧ ଲକ୍ଷରୁ ଅଧିକ ନିଯୁକ୍ତି...

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri