ବିମାନ ଦୁର୍ଘଟଣାରେ ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା

ଓ୍ବାଶିଂଟନ୍‌,୩୧।୫: ଆମେରିକାରେ ଏକ ବିମାନ ଦୁର୍ଘଟଣାରେ ତାରଜାନ ଅଭିନେତା ଜୋ ଲାରାଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ଏହି ଦୁର୍ଘଟଣାରେ ଜୋ ଲାରାଙ୍କ ସ୍ତ୍ରୀଙ୍କ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ଜୋଙ୍କ ସହ ଅନ୍ୟ ୬ଜଣ ଲୋକ ଏକ ଛୋଟ ବିମାନରେ ଯାତ୍ରା କରୁଥିଲେ। ଏହି ବିମାନ ସ୍ମିରନା ରାଉଟରଫୋର୍ଡ କାଉଣ୍ଟି ବିମାନବନ୍ଦରରୁ ପାଲମ ବିଚ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯାଉଥିଲା। ବିମାନଟି ନାଶଭିଲ ନିକଟ ଟେନିସି ହ୍ରଦରେ ଖସିପଡିଥିଲା। ଏହି ଘଟଣାର ପୋଲିସର ତଦନ୍ତ ଆରମ୍ଭ ହୋଇଛି। ଏବେ ହ୍ରଦରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ବିମାନ ଅଧିକାରୀ କହିଛନ୍ତି ଯେ, ଏହି ୭ ହେଉଛନ୍ତି ବ୍ରେଣ୍ଡନ ହାନ୍ନା, ଗ୍ବେନ ଏସ ଲାରା, ୱିଲିୟମ ଜେ ଲାରା, ଡେଭିଡ ଏଲ ମାର୍ଟିନ, ଜେନିଫର୍‌ ଜେ ମାର୍ଟିନ, ଜେସିକା ୱାଲ୍ଟର୍ସ ଏବଂ ଜୋନାଥନ ୱାଲ୍ଟରର୍ସ। ସମସ୍ତେ ଟେନେସିର ବ୍ରେଣ୍ଟଉଡ ବାସିନ୍ଦା। ପରିବାର ସହିତ ନିଶ୍ଚିତ କରିବା ପରେ ସେମାନଙ୍କ ନାମ ସାର୍ବଜନୀନ କରାଯାଇଛି।
୧୯୯୦ରେ ଟିଭି ସିରିଜ୍‌ରେ ‘ତାରଜାନ’ରେ ଲାରା ତାରଜାନ ଭୂମିକାରେ ଅଭିନୟ କରିଥିଲେ। ପରେ ସେ ଟିଭି ଧାରାବାହିକ ‘ତାରଜାନ: ଦି ଏପିକ ଆଡଭେଞ୍ଚର୍ସ‘ରେ ମଧ୍ୟ ଅଭିନୟ କରିଥିଲେ। ଏଥିରେ ଲାରାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା। ସଙ୍ଗୀତରେ କ୍ୟାରିଅର୍‌ କରିବା ପାଇଁ ୨୦୦୨ରେ ଲାରା କୋଡିଏ ବର୍ଷର ଅଭିନୟ କ୍ୟାରିୟର ଛାଡିଥିଲେ। ଆକ୍ସନ ଫିଲ୍ମ ଆର୍ମଷ୍ଟ୍ରଙ୍ଗ ଏବଂ ୱାରହେଡ ପାଇଁ ତାଙ୍କୁ ଆଜି ମଧ୍ୟ ଦର୍ଶକ ମନେ ରଖିଛନ୍ତି।

Share