ଟାସ୍କଫୋର୍ସ କମିଟି ବୈଠକ: ବାଲ୍ୟ ବିବାହ ରୋକିବା ଓ ଶିଶୁ ସୁରକ୍ଷାକୁ ଗୁରୁତ୍ୱ

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ଶିଶୁ ସୁରକ୍ଷା ୟୁନିଟ ଆନକୁଲ୍ୟରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ବାଲ୍ୟବିବାହ ରୋକିବା ପାଇଁ ଜିଲା ଟାସ୍କଫୋର୍ସ କମିଟିର ସମସ୍ତ ସଦସ୍ୟଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ ହୋଇଛି । “ଶିଶୁମାନଙ୍କ ପାଇଁ ଏକ ଦିବସ” ଶୀର୍ଷକ ଏହି ବୈଠକରେ ଜିଲାପାଳ ଆଦିତ୍ୟ ଗୋୟାଲ ଅଧ୍ୟକ୍ଷତା କରିଥିଲେ । ବୈଠକରେ ସ୍ବାସ୍ଥ୍ୟ, ଶିକ୍ଷା, ପୋଲିସ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରତିନିଧି ଏବଂ ଜିଲା ଟାସ୍କଫୋର୍ସର ସଦସ୍ୟମାନେ ଯୋଗ ଦେଇଥିଲେ । ବୈଠକରେ ପୋଲିସ ବିଭାଗ ଦାରା ବାଲ୍ୟବିବାହ, ଶିଶୁ ଚାଲାଣ ଏବଂ ପୋକ୍ସ କେସ୍‌ ପଞ୍ଜୀକରଣ ତଥା ସେଗୁଡିକର ସମାଧାନ ବିଷୟରେ ଉପସ୍ଥାପନ କରାଯାଇ ଥିବାବେଳେ ଶିକ୍ଷା ବିଭାଗ ଦାରା ଗତ ଦଶମ ପରୀକ୍ଷାରେ ପିଲାଙ୍କ ଅନୁପସ୍ଥିତ ସଂଖ୍ୟା ଏବଂ ତାହାର କାରଣ କମିଟିକୁ ଅବଗତ କରରାଯାଇଥିଲା। । ସେହିଭଳି ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଶିଶୁଙ୍କ ଚିକିତ୍ସା ବ୍ୟବସ୍ଥା, ଏଚଆଇଭି ସଂକ୍ରମିତ ଏବଂ ଗର୍ଭଧାରଣ କରିଥିବା ଶିଶୁଙ୍କ ସଂଖ୍ୟା ବିଷୟରେ ସୂଚନା ଦେଇଥିଲେ । ଏହାପରେ ଜିଲାପାଳ ଚାଇଲ୍ଡ ହେଲ୍ପ ଲାଇନରେ ଆସିଥିବା ଫୋନ ତଥା ପଞ୍ଜୀକରଣ ହୋଇଥିବା ଅଭିଯୋଗ ବିଷୟରେ ପଚାରି ବୁଝିଥିଲେ ।

ସୂଚନାଯୋଗ୍ୟ, ଗତ ଦଶମ ପରୀକ୍ଷାରେ ଜିଲାର ସମୁଦାୟ ୧୭ହଜାର ୧୯୨ ଛାତ୍ରୀଛାତ୍ରଙ୍କ ମଧ୍ୟରୁ କେବଳ ୨୪୬ ଛାତ୍ରଛାତ୍ରୀ ଭିନ୍ନ ଭିନ୍ନ ବିଷୟରେ ପରୀକ୍ଷାରେ ଅନୁପସ୍ଥିତ ଥିଲେ। ଗତ ୨୦୨୪ ମସିହା ଏପ୍ରିଲ ମାସ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୯୭ଜଣ ୧୮ ବର୍ଷରୁ କମ ବାଳିକା ଗର୍ଭବତୀ ପଞ୍ଜୀକୃତ ହୋଇଛନ୍ତି । ସେହିଭଳି ୨୭ବାଲ୍ୟବିବାହ କେସ ପାଞ୍ଜିକୃତ ହୋଇ ସଫଳତାର ସହ ରୋକାଯାଇଛି । ଜିଲାର ୧୪୮ ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବେ ଘଷଣା କରାଯାଇଛି । ଜିଲାରେ ବାଲ୍ୟ ବିବାହ ଦୂର କରିବା ପାଇଁ ରଣନୀତି ପ୍ରସ୍ତୁତ କରିବା ସହ ପ୍ରତି ତିନି ମାସରେ ଥରେ ଜିଲାର ପ୍ରତ୍ୟକ ଗ୍ରାମାଞ୍ଚଳରେ ଗଠିତ ହୋଇଥିବା କମିଟିର ବୈଠକ ଆୟୋଜନ କରି ଲୋକଙ୍କୁ ସଚେତନ କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବାଲ୍ୟ ବିବାହ ରୋକିବା ପାଇଁ ଆନ୍ତଃବିଭାଗୀୟ ସହଯୋଗକୁ ସୁଦୃଢ଼ କରିବା, ପରିବାର ତରଫରୁ ବାଲ୍ୟ ବିବାହ ବିରୁଦ୍ଧରେ କେସ ପଞ୍ଜୀକରଣ ପାଇଁ ସଚେତନତା ବୃଦ୍ଧି କରିବା ଏବଂ ପ୍ରଭାବଶାଳୀ ଆଇନ ପ୍ରବର୍ତ୍ତନ ସୁନିଶ୍ଚିତ କରିବା ସହିତ ଶିଶୁମାନଙ୍କୁ ସୁରକ୍ଷା ଦେବା ପାଇଁ ସମସ୍ତେ ଏକତ୍ର ହୋଇ କାମ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଏତଦବ୍ୟତୀତ ସମସ୍ତ ଥାନାରେ ବିଚାରାଧିନ ପୋକ୍ସ କେସ୍‌ଗୁଡିକୁ ଶିଶୁ ସୁରକ୍ଷା ୟୁନିଟକୁ ନିୟମିତ ଭାବେ ଜଣାଇବା, ଆଶ୍ରମ ବିଦ୍ୟାଳୟ ଗୁଡିକରେ ଆରବିଏସକେ ଟିମ ନିୟମିତ ଭାବେ ପରିଦର୍ଶନ କରିବା, ଶିଶୁ ସୁରକ୍ଷା ୟୁନିଟ ଦାରା ର୍ନିଦ୍ଦିଷ୍ଟ ସମୟ ବ୍ୟବଧାନରେ ପୋକ୍ସ କେସ୍‌ଗୁଡିକୁ ଟ୍ରାକ କରିବା, ଶିଶୁ ଭିକ୍ଷୁକ ଓ ଶିଶୁ ଶ୍ରମିକ ରୋକିବା ନିମନ୍ତେ ଟାସ୍କ ଫୋର୍ସ ନିୟମିତ କାର୍ଯ୍ୟ କରିବା, ନାବାଳିକା ପ୍ରସୂତୀ କେସ୍‌ଗୁଡିକୁ ଟ୍ରାକ କରି ଯଥାଚିତ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

ପଏଣ୍ଟ ଖାତା ଖୋଲିଲା ମୁମ୍ବାଇ

ମୁମ୍ବାଇ,୩୧।୩: ପଦାର୍ପଣକାରୀ ଅଶ୍ୱନୀ କୁମାରଙ୍କ ଘାତକ ବୋଲିଂ ଓ ରିଆନ ରିକଲଟନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ୮ ଉଇକେଟରେ କୋଲକାତା ନାଇଟ୍‌ ରାଇଡର୍ସ...

ହାଇୱା ପଛରେ ପିଟିଲା ବାଇକ୍‌: ଜଣେ ମୃତ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଲାଞ୍ଜିଗଡ,୩୧ା୩( ରମେଶ ଚନ୍ଦ୍ର ନାୟକ):ଲାଞ୍ଜିଗଡରୁ ମୁନିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବେଦାନ୍ତ କାରଖାନା ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ହାଇୱା ପଛରେ...

ପ୍ରେମ, ପ୍ରତାରଣା, ଧୋକା: ଆଦିବାସୀ ଯୁବତୀ ୮ ମାସର ଗର୍ଭବତୀ, ଯୁବକ…

ପାଟଣା,୩୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପ୍ରେମ, ପ୍ରତରଣା ପରେ ଧୋକା ଘଟଣା ସାମ୍‌ନାକୁ ଆସିଛି। ଜଣେ ୧୯ ବର୍ଷୀୟା ଆଦିବାସୀ ଯୁବତୀଙ୍କୁ...

ଭିସୁଟ ଛାତ୍ରୀ ଚିନ୍ମୟୀ ଆତ୍ମହତ୍ୟା ମାମଲା: ପୁରୁଷ ବନ୍ଧୁ ଗିରଫ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ଆତ୍ମହତ୍ୟା ମାମଲାରେ ସୋମବାର ବୁର୍ଲା ପୋଲିସ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ(୨୭)ଙ୍କୁୁ ଗିରଫ କରଛି।...

ହଳଧର ସାହିତ୍ୟ ଅସ୍ମିତାର ଆବାହକ: ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲୋକକବିଙ୍କୁ ଶୁଭେଚ୍ଛା

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ପଦ୍ମଶ୍ରୀ ଲୋକକବି ହଳଧର ନାଗଙ୍କ ୭୫ ତମ ଜନ୍ମଦିନ ଅବସରରେ ବରଗଡ଼ରେ ସୋମବାର ତ୍ରିଦିବସୀୟ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହ ଅନୁଷ୍ଠିତ...

ଚା’ ଦୋକାନରୁ ଗଞ୍ଜେଇ ଜବତ, ଜଣେ ଗିରଫ

ଗଞ୍ଜାମ, ୩୧ା୩ (ବିଦ୍ୟାଧର ସାହୁ):ଗଞ୍ଜାମ ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଚା’ ଦୋକାନରେ ପୋଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିବା...

ଜାତୀୟ ସ୍ତରୀୟ ବିକଶିତ ଭାରତ ଯୁବ ପାର୍ଲିଆମେଣ୍ଟ:ମା’ ମାଣିକେଶରୀ ବିଶ୍ୱବିଦ୍ୟାଳୟର ସୁହାନୀ ମନୋନୀତ

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ ଯୁବ ପାର୍ଲିଆମେଣ୍ଟ ଅବସରରେ ଗତ ୨ ଦିନ...

ବିକାଶ ଶିକ୍ଷାନୁଷ୍ଠାନରେ ସେମିନାର

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ବିକାଶ ସ୍କୁଲ ଅଫ୍‌ ବିଜନେସ୍‌ ମ୍ୟାନେଜମେଣ୍ଟ ପକ୍ଷରୁ କ୍ୱାଣ୍ଟମ୍‌ ଟେକ୍ନୋଲୋଜି ଏବଂ ନାନୋଚିପ୍‌ ଟେକ୍ନୋଲୋଜି ବିଷୟରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image