ହାସିନାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ ତସ୍‌ଲିମା: ମୋତେ ବାହାର କରିଥିଲ ଆଉ ଏବେ…

ଢାକା, ୬।୮: ଚାରିଆଡେ ପୋଡାଜଳା, ହିଂସା ଅରାଜକତାରେ ଜଳୁଛି ବାଂଲାଦେଶ। ଦେଶରେ ଅସମ୍ଭାଳ ସ୍ଥିତି। ପ୍ରଧାନମନ୍ତ୍ରୀ ପଦରୁ ଶେଖ୍‌ ହାସିନା ଇସ୍ତଫା ଦେଇ ଦେଶ ଛାଡିବା ପରେ ପାର୍ଲାମେଣ୍ଟକୁ ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଭଙ୍ଗ ଘୋଷଣା କରିଛନ୍ତି । ତେବେ ଏହା ମଧ୍ୟରେ ଶେଖ ହାସିନାଙ୍କୁ ନେଇ କଡ଼ା  ସମାଲୋଚନା  କରିଛନ୍ତି ନିର୍ବାସିତ ବାଂଲାଦେଶୀ ଲେଖିକା ତସ୍‌ଲିମା ନସ୍‌ରିନ୍‌ । ହାସିନାଙ୍କ ଦେଶରୁ ପଳାୟନକୁ ସେ ଏକ ବିଡ଼ମ୍ବନା ବୋଲି କହିଛନ୍ତି ।
ନସ୍‌ରିନ କହିଛନ୍ତି ଯେ, ଇସଲାମବାଦୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦିନେ ହାସିନା ମୋତେ ବାଂଲାଦେଶରୁ ବାହାର କରିଦେଇଥିଲେ । ଏମିତିରେ ୧୯୯୯ରେ ମୋ ମା’ଙ୍କୁ ଶେଷଥର ଦେଖା କରିବାକୁ ମଧ୍ୟ ଛାଡ଼ି ନ ଥିଲେ। ବର୍ତ୍ତମାନ ଛାତ୍ର ଆନ୍ଦୋଳନରେ ଜଡ଼ିତ ଥିବା ଉକ୍ତ ଇସଲାମବାଦୀ ହାସିନାଙ୍କୁ ଦେଶ ଛାଡି ଚାଲିଯିବାକୁ ବାଧ୍ୟ କରିଛନ୍ତି ।

https://x.com/taslimanasreen/status/1820462904279249300?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1820462904279249300%7Ctwgr%5E6912f9bba80b6b26f50c2e80c70a5b88c8132cc8%7Ctwcon%5Es1_&ref_url=https%3A%2F%2Fotvkhabar.in%2Fnews%2Finternational%2Fexiled-author-taslima-nasreen-barb-at-sheikh-hasina-after-flight-from-bangladesh%2F134154

ନସ୍‌ରିନ୍‌  ଏହା ପୂର୍ବରୁ ଆଉ ଏକ ପୋଷ୍ଟରେ ଲେଖିଥିଲେ ଯେ, ଶେଖ୍‌ ହାସିନା ଇସଲାମ ଧର୍ମ ବଢାଇବା ଓ ଦୁର୍ନୀତିରେ ଜଡିତ ଲୋକଙ୍କୁ ସାହାଯ୍ୟ କରୁଥିଲେ । ତସ୍‌ଲିମା କହିଛନ୍ତି ଯେ,  ଆଜି ହାସିନାଙ୍କୁ ଇସ୍ତଫା ଦେଇ ଦେଶ ଛାଡି ଚାଲିଯିବାକୁ ପଡିବ। ସେ ଏଭଳି ପରିସ୍ଥିତି ପାଇଁ ନିଜେ ଦାୟୀ । ସେ ଇସଲାମବାଦୀମାନଙ୍କୁ ବଢ଼ିବାକୁ ଅନୁମତି ଦେଇଥିଲେ। ସେ ତାଙ୍କ ଲୋକଙ୍କୁ ଦୁର୍ନୀତିରେ ଲିପ୍ତ ରହିବାକୁ ଅନୁମତି ଦେଇଥିଲେ। ବର୍ତ୍ତମାନ ବାଂଲାଦେଶ ପାକିସ୍ତାନ ଭଳି ହେବା ଉଚିତ ନୁହେଁ। ରାଜନୈତିକ ଦଳଗୁଡ଼ିକ ଗଣତନ୍ତ୍ର ଓ ଧର୍ମନିରପେକ୍ଷତାକୁ ଫେରାଇ ଆଣିବା ଉଚିତ ।

https://x.com/taslimanasreen/status/1820405551328530849?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1820405551328530849%7Ctwgr%5E6912f9bba80b6b26f50c2e80c70a5b88c8132cc8%7Ctwcon%5Es1_&ref_url=https%3A%2F%2Fotvkhabar.in%2Fnews%2Finternational%2Fexiled-author-taslima-nasreen-barb-at-sheikh-hasina-after-flight-from-bangladesh%2F134154

୧୯୯୪ ମସିହାରେ ତାଙ୍କ ବହି “ଲଜ୍ଜା” ଉପରେ ମୌଳିକବାଦୀ ସଂଗଠନର ମୃତ୍ୟୁ ଧମକ ପାଇବା ପରେ ନସ୍‌ରିନ୍‌ଙ୍କୁ ବାଂଲାଦେଶ ଛାଡିବାକୁ ପଡିଥିଲା। ତାଙ୍କ ବହି”ଲଜ୍ଜା”କୁ ବାଂଲାଦେଶରେ ନିଷେଧ କରାଯାଇଥିଲା, ମାତ୍ର ଅନ୍ୟ ସ୍ଥାନରେ ତାଙ୍କ ବହି ବିକ୍ରି ହୋଇଥିଲା ।
Share