Categories: ବାଣିଜ୍ୟ

ଟାଟା ଏଆଇଏ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ‘ତତ୍କାଳ ଋଣ’ ସେବା,ପଲିସି ବଦଳରେ ଋଣ ନେଇପାରିବେ…

ଭୁବନେଶ୍ୱର,୩୦।୫: ଟାଟା ଏଆଇଏ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ବହୁ ପ୍ରତୀକ୍ଷିତ ‘ତତ୍କାଳ ଋଣ’ ସେବାର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ପଲିସିଧାରକମାନେ ଜରୁରିକାଳୀନ ପାଣ୍ଠି ଆବଶ୍ୟକତା ଥିବା ସମୟରେ ସେମାନଙ୍କ ବୀମା ପଲିସି ବଦଳରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ତତ୍କାଳ ଋଣ ନେଇପାରିବେ। ସେହିଭଳି ଅତ୍ୟାଧୁନିକ ମାଇଁ ଡିଜି ଆକାଉଣ୍ଟ ପୋର୍ଟାଲ ଜରିଆରେ ମାତ୍ର ୧ ମିନିଟ୍‌ ଭିତରେ ଗ୍ରାହକଙ୍କ ଖାତାରେ ଋଣ ରାଶି ଜମା ହୋଇଯିବ। ଏହି ସେବାର ଶୁଭାରମ୍ଭ ପରଠାରୁ କମ୍ପାନୀ ୫୦୦ରୁ ଅଧିକ ଆବେଦନର ପ୍ରକ୍ରିୟାକରଣ କରିଥିବା ବେଳେ ୫.୫ କୋଟି ଋଣ ବଣ୍ଟନ କରି ପଲିସିଧାରକଙ୍କ ନଗଦ ଆବଶ୍ୟକତାକୁ ପୂରଣ କରିପାରିଛି। ସେହିପରି ଏହି ବ୍ୟବସ୍ଥାରେ ଏକ ନିର୍ଦ୍ଦିଷ୍ଟ ପଲିସିର ସରେଣ୍ଡର ଭାଲ୍ୟୁ ବଦଳରେ ଗ୍ରାହକମାନେ ଋଣ ନେଇପାରୁଛନ୍ତି। ଏଥିରେ କମ୍‌ କାଗଜପତ୍ର କାମ ଓ ପ୍ରତିଦ୍ୱନ୍ଦ୍ୱିତାମୂଳକ ହାରରେ ସେମାନେ ତୁରନ୍ତ ପାଣ୍ଠି ପାଇପାରୁଛନ୍ତି। ଏପରିକି ଗ୍ରାହକମାନେ ବାର୍ଷିକ ୮.୮୦% ସୁଧରେ କୌଣସି ବନ୍ଧକ କିମ୍ବା କ୍ରେଡିଟ୍‌ ଯାଞ୍ଚ ବିନା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ କରିପାରିବେ।

ଏ ସମ୍ପର୍କରେ ଟାଟା ଏଆଇଏର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ତଥା ପରିଚାଳନା ମୁଖ୍ୟ ସଞ୍ଜୟ ଆରୋରା କହିଛନ୍ତି, ଜରୁରିକାଳୀନ ପାଣ୍ଠିର ଆବଶ୍ୟକତା ଯେକୌଣସି ବ୍ୟକ୍ତିଙ୍କ ପାଇଁ ସୃଷ୍ଟି ହୋଇପାରେ ଏବଂ ଯେକୌଣସି ସମୟରେ ଆମ ମଧ୍ୟରୁ କେହି ମଧ୍ୟ ଆମର ପ୍ରିୟଜନଙ୍କ ଆର୍ଥତ୍କ ନିରାପତ୍ତା ସହ ବୁଝାମଣା କରିବାକୁ ଚାହିଁବୁ ନାହିଁ। ଇନ୍‌ଷ୍ଟାଟ୍‌ ଲୋନ୍‌ ସୁବିଧା ଆମର ଉପଭୋକ୍ତାଙ୍କୁ ସେମାନଙ୍କର ପଲିସି ସମର୍ପଣ ନ କରି ଜରୁରିକାଳୀନ ପରିସ୍ଥିତି ସମେତ ଯେକୌଣସି ପରିସ୍ଥିତିରେ ଚିନ୍ତାମୁକ୍ତ ହେବାକୁ ସକ୍ଷମ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ସୂଚାଉଛି। ଋଣ ପରିଶୋଧ ପାଇଁ ଡିଜିଟାଲ ପ୍ରୋସେସିଂ ବ୍ୟବସ୍ଥା ପ୍ରଦାନ କରିବାରେ ଆମେ ଶିଳ୍ପରେ ପ୍ରଥମ ହୋଇଥିବାବେଳେ ଏହା ଅସାଧାରଣ ଗ୍ରାହକ ଅନୁଭୂତି ପ୍ରଦାନ ଏବଂ ବୀମା ଶିଳ୍ପରେ ନୂତନ ମାନଦଣ୍ଡ ସ୍ଥାପିତ କରିବା ପାଇଁ ଟେକ୍ନୋଲୋଜିର ଉପଯୋଗ କରିବାରେ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି।

Share