Categories: ଜାତୀୟ

ପ୍ରତୀକ୍ଷାର ଅନ୍ତ: ଟାଟା ହାତକୁ ଆସିଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୭।୧: ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ଗୁରୁବାର ଔପଚାରିକ ଭାବେ ଟାଟା ଗ୍ରୁପକୁ ହସ୍ତାନ୍ତର କରିଛନ୍ତି ସରକାର। କେନ୍ଦ୍ର ସରକାରଙ୍କ ଘରୋଇକରଣ ଯୋଜନା ଅଧୀନରେ ଏୟାର ଇଣ୍ଡିଆକୁ ସାମିଲ କରାଯାଇ ଏହାର ସଫଳ ନିଲାମ କରାଯାଇଛି। ଏବେ ଏୟାର ଇଣ୍ଡିଆର ସମସ୍ତ ପରିଚାଳନା ଦାୟିତ୍ୱ ଟାଟା ଗ୍ରୁପ ଅଧିନକୁ ଆସିଛି। ଆଜି ସରକାରୀ ଭାବେ ହସ୍ତାନ୍ତର ପୂର୍ବରୁ ଟାଟା ସନ ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଟାଟା ଗ୍ରପକୁ ଏୟାର ଇଣ୍ଡିଆ ଫେରିବା ପରେ ଆମେ ଅତ୍ୟନ୍ତ ଖୁସି ବୋଲି ଏନ ଚନ୍ଦ୍ରଶେଖରନ କହିଛନ୍ତି। ଏହାକୁ ବିଶ୍ୱସ୍ତରୀୟ ଏୟାର ଲାଇନ୍ସ ତିଆରି କରିବାରେ ଟାଟା ଗ୍ରୁପ ଉଦ୍ୟମ କରିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଗତ ବର୍ଷ ଅକ୍ଟୋବରରେ ନିଲାମୀ ପ୍ରକ୍ରିୟାରେ ଟାଟା ଗ୍ରୁପ ସବୁଠୁ ଅଧିକ ଟଙ୍କା ୧୮,୦୦୦ କୋଟି ଟଙ୍କା ଦେଇ ଏହାକୁ କିଣିଥିଲା।

Share