ନୂଆଦିଲ୍ଲୀ,୧୯।୨: ଟାଟା ଗ୍ରୁପ୍ କମ୍ପାନୀଗୁଡିକର ମିଳିତ ବଜାର ମୂଲ୍ୟ ପାକିସ୍ତାନର ମୋଟ ଘରୋଇ ଉତ୍ପାଦ (ଜିଡିପି) କୁ ଅତିକ୍ରମ କରିଛି। ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁଯାୟୀ ଲୁଣ-ଟୁ-ସଫ୍ଟୱେର୍ କମ୍ପାନୀ ମାଧ୍ୟମରେ ଭାରତର ସବୁ ଘରେ ପହଞ୍ଚିଥିବା ଟାଟା ଗ୍ରୁପ୍ ବଜାର ମୂଲ୍ୟ ସମ୍ପୂର୍ଣ୍ଣ ପାକିସ୍ତାନ ଅର୍ଥନୀତିକୁ ପଛରେ ପକାଇ ଦେଇଛି।
ଶେୟାର ବଜାରରେ ତାଲିକାଭୁକ୍ତ କମ୍ପାନୀଗୁଡିକ ଷ୍ଟକ୍ ମାର୍କେଟରେ ଏକ ବର୍ଷରେ ବାମ୍ପ ରିଟର୍ନ ଦେଇଛନ୍ତି। ଯାହା ଫଳରେ ସେମାନଙ୍କ ମିଳିତ ମୂଲ୍ୟ ବର୍ତ୍ତମାନ ପାକିସ୍ତାନର ସମଗ୍ର ଅର୍ଥନୀତିଠାରୁ ଅଧିକ, ଯାହା ବର୍ତମାନ ସମସ୍ୟା ଭିତରେ ରହିଛି।
ରିପୋର୍ଟ ଅନୁଯାୟୀ, ଟାଟା ଗ୍ରୁପ୍ର ମୋଟ ବଜାର ମୂଲ୍ୟ ପ୍ରାୟ ୩୬୫ ବିଲିୟନ ଡ଼ଲାର୍ ବା ୩୦ ଲକ୍ଷ କୋଟିରୁ ଅଧିକ ଅଟେ। ଏହା ପାକିସ୍ତାନର ଜିଡିପି ଠାରୁ ଅଧିକ ଅଟେ। ଆଇଏମଏଫ ରିପୋର୍ଟ ଅନୁଯାୟୀ ପାକିସ୍ତାନ ଜିଡିପି ପ୍ରାୟ ୩୪୧ ବିଲିୟନ ଡଲାର ବୋଲି ଆକଳନ କରାଯାଇଛି।