Categories: ବାଣିଜ୍ୟ

ଟାଟା ହିଟାଚିର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୨୬।୯ : ଟାଟା ହିଟାଚିର ନୂତନ ଉତ୍ପାଦ ଇଏକ୍ସ ୧୩୦ ପ୍ରାଇମ୍‌ ଓ ଜାକ୍ସିସ୍‌ ୧୪୦ଏଚ୍‌ ଅଲ୍‌ଟ୍ରାର ସର୍ବଭାରତୀୟ ଉନ୍ମୋଚନ ସହିତ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଅତ୍ୟାଧୁନକି ଜ୍ଞାନକୌଶଳରେ ନିର୍ମିତ ଏହି ଉନ୍ନତ ଖନନ ଉପକରଣଗୁଡିକ ଉତ୍କୃଷ୍ଟମାନର ପ୍ରଦର୍ଶନ, ବର୍ଦ୍ଧିତ ଦକ୍ଷତା ଓ ଅଭିନବ ଫିଚରଗୁଡକି ସହିତ ବଜାର ପ୍ରବେଶରେ ଉପଲବ୍ଧ ହେଉଛି। ଅପରପକ୍ଷରେ କର୍ନାଟକର ଧାରୱାଡ୍‌ସ୍ଥିତ ଟାଟା ହିଟାଚି କାରଖାନା (ପ୍ଲାଣ୍ଟ) ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଉପରୋକ୍ତ ଉତ୍ପାଦ ଦ୍ୱୟ କମ୍ପାନୀର ବରିଷ୍ଠ ପରିଚାଳନା ଅଧିକାରୀ ଓ ଡିଲର ପାର୍ଟନର୍‌ମାନଙ୍କ ଉପସ୍ଥିତିରେ ଶୁଭାରମ୍ଭ କରାଯାଇଥିଲା। ଏପରିକି ଉଭୟ ମେଶିନ୍‌ ଇଏକ୍ସ ୧୩୦ ପ୍ରାଇମ୍‌ ଓ ଜାକ୍ସିସ୍‌ ୧୪୦ଏଚ୍‌ ଅଲ୍‌ଟ୍ରା ଗ୍ରାହକଙ୍କୁ ଅତୁଳନୀୟ ଲାଭ ପ୍ରଦାନକାରୀ ନିର୍ମାଣ ଉପକରଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରିବ। ସେହିଭଳି ଉଭୟ ମେଶିନରେ ଇଣ୍ଟଲିଜେଣ୍ଟ କଂଟ୍ରୋଲ ଓ ହିଟାଚିର ହାଇଡ୍ରାଉଲିକ୍‌ ଟେକ୍ନୋଲୋଜି ରହିଛି, ଯାହା ସଠିକତା ଓ ସହଜ ପରିଚାଳନା ସୁନିଶ୍ଚିତ କରୁଛି।
ଏ ସମ୍ପର୍କରେ ଟାଟା ହିଟାଚିର ପରିଚାଳନା ନିର୍ଦ୍ଦେଶକ ସନ୍ଦିପ ସିଂହ କହିଛନ୍ତି, ଆମେ ଆମର ଗ୍ରାହକଙ୍କୁ ସଶକ୍ତ କରୁଥିବା ଅତ୍ୟାଧୁନିକ ଉପକରଣ ପ୍ରଦାନ କରିବା ଲାଗି ପ୍ରତିବଦ୍ଧ ରହିଛୁ, ବିଶେଷକରି ଇଏକ୍ସ ୧୩୦ପ୍ରାଇମ୍‌ ଓ ଜାକ୍ସିସ୍‌ ୧୪୦ ଏଚ୍‌ ଅଲ୍‌ଟ୍ରା ମେଶିନ୍‌ ବିଶ୍ୱସନୀୟତା, କ୍ଷମତା ଓ ନିର୍ଭରଶୀଳତା ପ୍ରତି ଆମର ସମର୍ପଣ ଭାବକୁ ଧାରଣ କରିଛି। ଏହି ମେଶିନଗୁଡିକ ନିର୍ମାଣ ଉପକରଣ ଶିଳ୍ପରେ ଉତ୍କର୍ଷତା ପାଇଁ ଆମର ନିରନ୍ତର ପ୍ରୟାସ ପ୍ରତି ଏକ ପ୍ରମାଣ ଅଟେ।

Share