ଟାଟା ମୋଟର୍ସର ଅଲ୍‌ ନ୍ୟୁ ‘କର୍ଭ’ର ଅନାବରଣ

ମୁମ୍ବାଇ,୩।୯ (ଅଭୟ ଦାଶ): ଟାଟା ମୋଟର୍ସର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ‘କର୍ଭ’ର ଅନାବରଣ ସୋମବାର ମୁମ୍ବାଇଠାରେ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଅଲ୍‌ ନ୍ୟୁ କର୍ଭ କୁପେ ଏସ୍‌ୟୁଭିରେ ସମସ୍ତ ପ୍ରକାରର ଆଧୁନିକ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ଅତ୍ୟାଧୁନିକ ଫିଚର ସାମିଲ ରହିଛି। ଏପରିକି ଏହି ମଡେଲ ୨ଟି ଭାରିଆଣ୍ଟ ଉଭୟ ପେଟ୍ରୋଲ ଏବଂ ଏବଂ ଡିଜେଲ ସହ ଇଣ୍ଟରନାଲ କବ୍ୟୁଶନ ଇଞ୍ଜିନ (ଆଇସିଇ) ଅପଶନରେ ଉପଲବ୍ଧ ହେଉଛି। ସେହିଭଳି ଏହି ମଡେଲର ଡିଜାଇନ ଓ ଆକର୍ଷଣୀୟ କଲର ସବୁ ବର୍ଗର ଗ୍ରାହକଙ୍କୁ ଆକୃଷ୍ଟ କରୁଥିଲାବେଳେ ବଜାର ଚାହିଦା ମୁତାବକ ଦର ଗ୍ରାହକଙ୍କ ଆବଶ୍ୟକତା ମଧ୍ୟ ପୂରଣ କରିବ ବୋଲି କମ୍ପାନୀ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି। ସେହିପରି ଏହି ନୂଆ ଏସ୍‌ୟୁଭିର ବଡି ବେଶ୍‌ ଆକର୍ଷଣୀୟ ହୋଇଥିଲାବେଳେ କ୍ଷମତା ଓ ଉଚ୍ଚତା ଦୃଷ୍ଟିରୁ ଏହା ଶିଳ୍ପରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ବ୍ରାଣ୍ଡ୍‌ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ଏ ସମ୍ପର୍କରେ ଟାଟା ମୋଟର୍ସ (ଯାତ୍ରୀବାହୀ ବର୍ଗ)ର ଏମ୍‌ଡି ଶୈଳେଶ ଚନ୍ଦ୍ରା କହିଥିଲେ, ଆମେ ଆମର ନୂତନ ମଡେଲ କର୍ଭ ର ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏହି ମଡେଲ ସବୁ ବର୍ଗର ଗ୍ରାହକ ଓ ଶିଳ୍ପର ଏକ ନୂଆ ପରିଭାଷା ସୃଷ୍ଟି କରିବ। ଏହାର ପ୍ରାରମ୍ଭିକ ବଜାର ମୂଲ୍ୟ (ଏକ୍ସ ଶୋ’ରୁମ୍‌ ନୂଆଦିଲ୍ଲୀ) ୯.୯୯ ଲକ୍ଷ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୃହତ୍‌ ସଞ୍ଚୟ ଉପରେ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ,୨୨।୯: ଇ କର୍ମସ ବଜାରରେ ସବୁଠାରୁ ବଡ଼ ପର୍ବ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ-୨୦୨୪ ସମ୍ପର୍କରେ ଘୋଷଣା କରାଯାଇଛି। ୨୦୨୪ ସେପ୍ଟେମ୍ବର ୨୭ରୁ ଏହି ମହାପର୍ବ...

ଅକ୍ଟୋବର ୨ରୁ ବୁଣାକାରଙ୍କ ମଜୁରି ବୃଦ୍ଧି

ନୂଆଦିଲ୍ଲୀ,୨୨।୯: ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ର ଅଧ୍ୟକ୍ଷ ମନୋଜ କୁମାର ଚଳିତ...

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

ଟିପିସିଓଡିଏଲ୍‌ ଏପିଏସ୍‌ସିସିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ସହରାଞ୍ଚଳରେ ଏକ ୨୪ ଘଣ୍ଟିଆ ସ୍କାଡ଼ା ଏନାବଲ୍ଡ ସର୍କଲ ୟୁନିଟ୍‌ ପଏଣ୍ଟ ବା...

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri