ନୂଆଦିଲ୍ଲୀ,୨୪।୧: ଘରୋଇ ଅଟୋମେକର୍ ଟାଟା ମୋଟର୍ସ ନ୍ୟୁୟର୍କ ଷ୍ଟକ୍ ଏକ୍ସଚେଞ୍ଜରୁ ଏହାର ସାଧାରଣ ଅଂଶଧନକୁ ସ୍ବେଚ୍ଛାକୃତ ଭାବେ ହଟାଇବାକୁ ଯାଉଛି। ସୋମବାରର ବ୍ୟବସାୟ ବନ୍ଦ ହେବା ପରେ ଏହା କାର୍ଯ୍ୟକାରୀ ହେବ।
ଏକ ନିୟାମକ ବିଜ୍ଞପ୍ତିରେ କମ୍ପାନୀ ଏନେଇ ସୂଚନା ଦେଇ କହିଛି, ଭାରତୀୟ ନିୟମ ଅନୁଯାୟୀ ଲାଗୁ କରାଯାଇଥିବା ନିୟାମକ ପ୍ରତିବନ୍ଧକ ଯୋଗୁ ଆମେରିକାର ବଜାରରେ ଏହାର ଆମେରିକୀୟ ଡିପୋଜିଟୋରୀ ରସିଦ(ଏଡିଏସ୍) ସୋମବାରଠାରୁ ବ୍ୟବସାୟ ହେବ ନାହିଁ। ତେବେ ଏଡିଏସ୍ ଧାରକମାନେ ସେମାନଙ୍କ ଅଂଶଧନକୁ ନ୍ୟୁୟର୍କ ଏକ୍ସଚେଞ୍ଜରେ ଜମାକାରୀଙ୍କ ପାଖରେ ଜମା କରିପାରିବେ। ଏହି କାର୍ଯ୍ୟ ଜୁଲାଇ ୨୪,୨୦୨୩ ସୁଦ୍ଧା କରିବାକୁ ହେବ। ନିର୍ଦ୍ଧାରିତ ସମୟ ପରେ ଜମାକାରୀ ଅବଶିଷ୍ଟ ଇକ୍ୱିଟିରେ ଥିବା ସାଧାରଣ ଶେୟାରକୁ ବିକ୍ରି କରିପାରିବେ। ତେବେ ଏହି ପଦକ୍ଷେପ ଭାରତର ବିଏସ୍ଇ ଏବଂ ଏନ୍ଏସ୍ଇ ଉପରେ ଏହାର ଇକ୍ୱିଟି ଶେୟାର କାରବାର କିମ୍ବା ବର୍ତ୍ତମାନର ସ୍ଥିତି ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କମ୍ପାନୀ କହିଛି।