Categories: ବାଣିଜ୍ୟ

ଡିସେମ୍ବରରେ ଟାଟା ମୋଟର୍ସର ଘରୋଇ ବିକ୍ରି ୪% ବୃଦ୍ଧି

ନୂଆଦିଲ୍ଲୀ,୨।୧: ଟାଟା ମୋଟର୍ସର ମୋଟ ଘରୋଇ ବିକ୍ରି ବର୍ଷ ତୁଳନାରେ ୪% (ବାର୍ଷିକ ଭିତ୍ତିରେ)କୁ ବୃଦ୍ଧି ଘଟିଛି। ଏପରିକି ୨୦୨୩ ଡିସେମ୍ବରରେ କମ୍ପାନୀ ମୋଟ ୭୬,୧୩୮ୟୁନିଟ୍‌ ଯାନ ବିକ୍ରି କରିଥିଲାବେଳେ ୨୦୨୨ ଡିସେମ୍ବରରେ ଏହି ସଂଖ୍ୟା ୭୨,୯୯୭ ୟୁନିଟ୍‌ ଥିଲା ବୋଲି ସୋମବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ଫାଇଲିଂରେ କମ୍ପାନୀ ଉଲ୍ଲେଖ କରିଛି। ସେହିଭଳି ପୂର୍ବ ଆର୍ଥିକ ବର୍ଷର ସମାନ ଅବଧିରେ କମ୍ପାନୀର ମୋଟ ୨୨୮,୧୬୯ ୟୁନିଟ୍‌ ଯାନ ବିକ୍ରି ତୁଳନାରେ ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକରେ କମ୍ପାନୀ ମୋଟ ୨,୩୪,୯୮୧ ୟୁନିଟ୍‌ ଗାଡ଼ି ବିକ୍ରି କରିଛି। ଏପରିକି ସାମଗ୍ରିକ ବିକ୍ରିରେ ସାମାନ୍ୟ ବୃଦ୍ଧି ଘଟିଥିବାର କମ୍ପାନୀ ରିପୋର୍ଟ କରିଛି। ସେହିପରି ୨୦୨୩ ଡିସେମ୍ବରରେ କମ୍ପାନୀର ମୋଟ ୩୪,୧୮୦ ୟୁନିଟ୍‌ ଯାନ ବିକ୍ରି ହୋଇଥିବାରୁ ବ୍ୟବସାୟିକ ଯାନ (ସିଭି) ଚାହିଦା ହ୍ରାସ ହୋଇଥିଲା, ଯାହା ପୂର୍ବ ଆର୍ଥିକ ବର୍ଷର ସମାନ ସମୟ ତୁଳନାରେ ୧% ବୃଦ୍ଧି ରେକର୍ଡ କରିଛି। ବିଶେଷକରି ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକରେ ସାମଗ୍ରିକ ସିଭି ବିକ୍ରୟ ମଧ୍ୟ ୯୬,୫୨୬ ୟୁନିଟ୍‌ରେ ରହିଥିଲା, ଯାହା ବାର୍ଷିକ ଭିତ୍ତିରେ ୧% ଅଭିବୃଦ୍ଧି ରେକର୍ଡ କରିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ବର୍ଗରେ ଯାତ୍ରୀବାହୀ ଯାନଗୁଡ଼ିକ ୨୦୨୩-୨୪ ଆର୍ଥିକ ବର୍ଷର ୩ୟ ତ୍ରୈମାସିକରେ ୧୯% ଅଭିବୃଦ୍ଧି ବାର୍ଷିକ ଭିତ୍ତିରେ ଅନ୍ୟମାନଙ୍କ ତୁଳନାରେ ଅଧିକ ଥିଲା ବୋଲି ଜଣାପଡ଼ିଛି।

Share