Categories: ବାଣିଜ୍ୟ

ଟାଟା ମୋଟର୍ସର ଫେଷ୍ଟିଭାଲ ଅଫ୍‌ କାର୍‌ସ

ଭୁବନେଶ୍ୱର,୧୬।୯ (ଅଭୟ ଦାଶ): ଟାଟା ମୋଟର୍ସର ବହୁ ପ୍ରତୀକ୍ଷିତ ତଥା ଆକର୍ଷଣୀୟ ରିହାତି ଅଫର ‘ଫେଷ୍ଟିଭାଲ ଅଫ୍‌ କାର୍‌ସ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ପୂର୍ବରୁ ଦେଖାଯାଇ ନ ଥିବା ଏଭଳି ଏକ ମୂଲ୍ୟକୁ ନେଇ କମ୍ପାନୀ ତା’ର ଅନେକ ଲୋକପ୍ରିୟ କାର ତଥା ଏସ୍‌ୟୁଭି ଉପରେ ଆକର୍ଷଣୀୟ ରିହାତି ପ୍ରଦାନ ସହିତ ବ୍ରାଣ୍ଡ୍‌ ଶୋ’ରୁମ୍‌ଗୁଡ଼ିକ ଜରିଆରେ ଗ୍ରାହକମାନଙ୍କୁ ଅନେକ ସୁବିଧା ଉପଲବ୍ଧ କରାଇଛି। ସେହିଭଳି ଆଶାୟୀ ଗ୍ରାହକମାନେ ନିଜ ସ୍ବପ୍ନର କାର କ୍ରୟ କରିବା ସମୟରେ ଅବିଶ୍ୱସନୀୟ ମୂଲ୍ୟ ପ୍ରଦାନ କରିବା ସହିତ ଉପରୋକ୍ତ ଗାଡିଗୁଡିକ ଉପରେ ପ୍ରାୟ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ପାଇବାର ମଧ୍ୟ ସମସ୍ତ ବ୍ୟବସ୍ଥା ପ୍ରଦାନ କରାଯାଇଛି। ସେହିପରି ବ୍ରାଣ୍ଡ୍‌ର ପେଟ୍ରୋଲ, ଡିଜେଲ ତଥା ସିଏନଜି ଚାଳିତ ସମସ୍ତ ଏସୟୁଭି ଏବଂ କାର୍‌ଗୁଡିକ ଉପରେ ପାର୍ବଣ ରିହାତି ୨୦୨୪ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଉପଲବ୍ଧ ରହିଛି।
ଏ ସମ୍ପର୍କରେ ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍‌ ମୋବିଲିଟି ଲିମିଟେଡ଼ର ସିସିଓ ବିବେକ ଶ୍ରୀବତ୍ସ କହିଛନ୍ତି, ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ସେଥିପାଇଁ ଆମେ ଏକ ମନମୁଗ୍ଧକର ଆକର୍ଷଣୀୟ ମୂଲ୍ୟ ରିହାତିକୁ ପ୍ରଦାନ କରିବା ପାଇଁ ଉତ୍ସୁକତାର ସହିତ ଚାହିଁ ରହିଛୁ, ଯାହାକି ଆମର ପ୍ରିୟ ଗ୍ରାହକମାନଙ୍କୁ ସନ୍ତୁଷ୍ଟ କରିପାରିବ। ଏପରିକି ଆମର ଆଇସିଇ ଯାନ ଉପରେ ସମୁଦାୟ ୨.୦୫ ଲକ୍ଷ ଟଙ୍କାର ରିହାତି ସୁବିଧା ପ୍ରଦାନ ସହିତ ଳିତ ପାର୍ବଣରେ ଆମେ ଅନେକ ସୀମିତ ଅବଧି ସୁଯୋଗ ପ୍ରଦାନ କରିବା ସହିତ ମୂଲ୍ୟ ହ୍ରାସ, ବିନିମୟ ସୁଯୋଗ ତଥା ଆହୁରି ଅନେକ ସୁବିଧା ପ୍ରଦାନ କରୁଛୁ।
ଯାହାକି ଆମର ପ୍ରିୟ ଗ୍ରାହକମାନଙ୍କୁ ଏକ ନିଶ୍ଚିତ ଆନନ୍ଦଦାୟକ କ୍ଷଣର ଅନୁଭବ କରିବା ସହିତ ଏକ ନୂଆଉଲ୍ଲାସର ଆରମ୍ଭ ହୋଇପାରିବ। ଆମେ ସ୍ଥିର ନିଶ୍ଚିତ ଯେ ଆମର ଗ୍ରାହକମାନେ ଏସବୁ ବିରଳ ସୁଯୋଗକୁ ଆୟତ୍ତ କରିବା ସହିତ ଟାଟାକାରର ଏକ ସ୍ବତ୍ୱାଧିକାରୀ ହେବା ସଙ୍ଗେସଙ୍ଗେ ନିରାପଦ, ଉତ୍ତମ ଗଠନ ତଥା ଉିତ ମୂଲ୍ୟର ଏକ ସ୍ବପ୍ନର କାର ନିଜ ଘରକୁ ନିଜ ପରିବାର ସହିତ ଆଣି ପ୍ରକୃତରେ ଏକ ବିଶେଷ ମୁହୂର୍ତ୍ତ ଅନୁଭବ କରିପାରିବେ।

Share